ସାଲେପୁର ଜପକୂଦ ଫାଣ୍ଡି ବିରୂପା ନଦୀକୁଳ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର।

କଟକ,(ବସୁନ୍ଧରା): କଟକ ଜିଲ୍ଲା ସାଲେପୁର ଜପକୂଦ ଫାଣ୍ଡି ବିରୂପା ନଦୀକୁଳର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର। ପରିବାର ପକ୍ଷରୁ ଜପକୂଦ ଫାଣ୍ଡିରେ ଅଭିଯୋଗ। ମୃତ ଯୁବକ ଜଣକ ହେଲେ କୁଅଁରପୁର ଗାଁର ନରେନ୍ଦ୍ରନାଥ ପ୍ରଧାନଙ୍କ ପୁଅ ଭରତକୁମାର ପ୍ରଧାନ। ସେ ଗତ କାଲି ସନ୍ଧ୍ୟା ପଯ୍ୟନ୍ତ ଘରକୁନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଗତ କାଲି ସନ୍ଧ୍ୟାରେ ପରିବାର ଲୋକେ ବିରୂପା ନଦୀକୂଳରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।

ସୂଚନାମୁତାବକ ତାଙ୍କ ଗ୍ରାମର ଜଣେ ସମ୍ପର୍କୀୟ ଭାଉଜଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବାର ମୃତକଙ୍କ ଘର ଲୋକେ ପ୍ରକାଶକରିଛନ୍ତି। ସମ୍ପର୍କୀୟ ଭାଉଜଙ୍କ ସହ ପ୍ରେମ ସମ୍ପର୍କରେ କୋଣସି ଫାଟ ସୃଷ୍ଟି ହେବା ହେତୁ ସେ ଏଭଳି କାଣ୍ଡ ଭିଆଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Leave A Reply

Your email address will not be published.

12 + nineteen =