ମନ୍ଦିର ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ।

ଭଦ୍ରକ,(ବସୁନ୍ଧରା) : ଭଦ୍ରକ ଜିଲ୍ଲା ବାଣିତିଆ ପଂଚାୟତ ଅଧିନସ୍ଥ କୁଡ଼ିଆମାଳ ଗ୍ରାମରେ ଉଦ୍ୟକ୍ତା ସମାଜସେବୀ ନବକିଶୋର ପଣ୍ଡାଙ୍କ ଉଦ୍ୟମରେ ଭୂମି ଦାତା ରାଧାନାଥ କରଙ୍କ ଜାଗାରେ ଭଦ୍ରକ ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ମୁଖ୍ୟ ପରିଚାଳକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଦାମଦୋର ସଂସ୍କୃତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପଣ୍ଡିତ ଭାଗିରଥି ନନ୍ଦ ଶର୍ମାଙ୍କ କରକମଳରେ ଗ୍ରାମରେ ପୂଜା ପାଉଥିବା ବଳଭଦ୍ର,ସୁଭଦ୍ରା ଓ ଜଗନ୍ନାଥଙ୍କ ଏକ ମନ୍ଦିର ନିର୍ମାଣ ପବିତ୍ର ଦେବସ୍ନାନ ଉତ୍ସବ ପାଳନ ଅବସରରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଉକ୍ତ ଉତ୍ସବରେ ନାଲଗରା ଉଚ୍ଚବିଦ୍ୟାଳୟର ପୂର୍ବତନ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରଥ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ସମାଜସେବୀ ଶଙ୍କର୍ଷଣ ଦାସ,ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଆବାହକ ଶରତ ଚନ୍ଦ୍ର ସାହୁ,ପ୍ରବକ୍ତା ତପସ୍ୱୀନି ପାଢୀ ପ୍ରମୁଖ ଯୋଗ ହେଇଥିଲେ । ପୁରୋହିତ ରାମଚନ୍ଦ୍ର ପାଣିଗ୍ରାହୀଙ୍କ ଦ୍ୱାରା ଭୂମିପୂଜା କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶିବାଜି ପଣ୍ଡା,ରଘୁନାଥ ପଣ୍ଡା,ପ୍ରତିକ୍ଷା ପ୍ରିୟ ଲକ୍ଷ୍ମୀ ପଣ୍ଡା,ମାନସ ପଣ୍ଡା,ନାରାୟଣ ପଣ୍ଡା,ପ୍ରଦିପ ବେହେରା,ବିଶ୍ୱନାଥ ବେହେରା ସନ୍ତୋଷ ପଣ୍ଡା ପ୍ରମୁଖ ପରିଚାଳନରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

eighteen − 14 =