ଏକ ବର୍ଷପରେ ବି ମିଳୁନି ମହାତ୍ମାଗାନ୍ଧୀ ରୋଜଗାର ଯୋଜନାର ଶ୍ରମିକଙ୍କ ମଜୁରୀ।

କଳାହାଣ୍ଡି,(ବସୁନ୍ଧରା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଅନ୍ତର୍ଗତ ବାଲସିଗ୍ରାମ ପଞ୍ଚାୟତ ମଶାଣିବନ୍ଧ ଗ୍ରାମ କୋଲଣିପଡା ଠାରୁ PMGSY ରାସ୍ତାପର୍ଯ୍ୟନ୍ତ । ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ,୨୦୧୯/90 ମସିହା ଆର୍ଥିକ ବର୍ଷରେ 10 00000 ଦଶଲକ୍ଷ ଟଙ୍କା ଆର୍ଥିକ ମଞ୍ଜୁର ହୋଇଥିଲା । ରାସ୍ତାନିର୍ମାଣ ପାଈଁ କାର୍ଯ୍ୟାଦେଶ ମିଳିଲା , ମାଟୀକାମ ହେଲା ।

ଉକ୍ତ ରାସ୍ତାନିର୍ମାଣ କାମରେ ସ୍ଥାନୀୟ ସରପଞ୍ଚ ଚୂଡାମଣି ମାଝୀ , କନିଷ୍ଟ ଯନ୍ତ୍ରୀ ପୁଟେଲ , ଜିଆର ଏସ ସାନ୍ତନୁ ବାଗ , ଗା ସାଥି ଦୈତାରୀ ସାହୁ ଙ୍କ ଉପସ୍ଥିତିରେ ଗତ ୧୨/୫/୨୦୨୦ ମସିହା ରେ , କାମଆରମ୍ବ ହୋଇଥିଲା ।

ସରକାର ଲକଡାଉନ ସଡଡ଼ାଉନ ସାରା ଭାରତ ବର୍ଷରେ ଲାଗୁ ହୋଇଥିବାରୁ , ଗରିବ ଲୋକମାନଙ୍କ ସାହାରା ହୋଇଥିଲେ ସରକାର , ପେଟକୁ ମୋଠାଏ ଦାନା ଦେବାକୁ , କିନ୍ତୁ ଏଠି ଦେଖିଲା ବେଳକୁ ଓଲଟା , ଖାଇବାକୁ ମୁଠାଏ ଦାନା ଦେବାରତ ଦୂରର କଥା ,ହଁକ ପରିଶ୍ରମ କରି , ମୁଣ୍ଡର ଝାଳକୁ ତୁଣ୍ଡରେ ଧରି ,ଭୋକ ଉପାସରେ ପେଟପାଇଁ କରିଥିଲେ ମାଟିକାମ , କିନ୍ତୁ ଏଯାଏ ମିଲିନାହିଁ ପରିଶ୍ରମିକ ମଜୁରୀ । ୩୦ ଉର୍ଦ୍ଧ୍ବ ମଜୁରିଆ ପାଇନାହାନ୍ତି ଟଙ୍କା ।

ସରପଞ୍ଚ ଠୁ ଆରମ୍ବକରି କେସିଙ୍ଗା ଗୋଷ୍ଟୀ ଉନ୍ନୟନ ଅଧିକାରୀ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ ଶୁଣିଲାନାହିଁ ପ୍ରସାସନ ଅଭିଯୋଗ ପରେ ବି ମିଳୁନି ଟଙ୍କା । ଦିନମଜୁରୀଆ । କାମକରି ଟଙ୍କା ପାଇଁନଥିବାବେଳେ , କିଛିଲୋକ ଘରେବସି ଉଠାଇଛନ୍ତି ଟଙ୍କା , ପ୍ରମାଣ ସହିତ କହନ୍ତି ଏ ଗରିବ ନିରୀହ ବ୍ୟକ୍ତି , ଆମ ରୋଜଗାର ଟଙ୍କା ଗଲାକୁଆଡ଼େ । ଗଣ ମାଧ୍ୟମରେ ଗୁହାରି କରନ୍ତି ରାଜ୍ୟ ସରକାରଙ୍କୁ । କାମ ସରିଲା ବିଲସରିଲା ଆମ ମଜୁରିଟଙ୍କା କୁଆଡ଼େ ଗଲା ,ଏଠି ପ୍ରଶ୍ନବାଚି ସୃଷ୍ଟି କରୁଛି ମୋ ସରକାର ଗଲାକୁଆଡ଼େ ।

କଳାହାଣ୍ଡିରୁ ନୃପରାଜ ସାହୂଙ୍କ ରିପୋର୍ଟ ବସୁନ୍ଧରା ନିୟୁଜ ଓଡିଶା ।

Leave A Reply

Your email address will not be published.

three × 3 =