୧୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ ବ୍ରାଉନସୁଗାର ଜବତ, ୨ ଗିରଫ ।

ଭଦ୍ରକ,(ବସୁନ୍ଧରା) : ଭଦ୍ରକରେ ପୁଣି ୧୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ ବ୍ରାଉନସୁଗାର ଜବତ । ଏଥିସହ ୨ ଜଣ ଗରିଫ କରିଛି ପୋଲିସ ।ସହର ଭିତରେ କୋଭିଡ ଏନଫୋର୍ସମେଣ୍ଟ ଚାଲୁଥିଲା ସମୟରେ ବାଇକରେ ବ୍ରାଉନସୁଗର ନେଇ ଯାଉଥିବା ବେଳେ ଧରି ଥିଲା ପୋଲିସ । ସୂଚନା ଅନୁସାରେ, ଟାଉନ ଥାନା ପୋଲିସ ଦ୍ବାରା ମଟେଲ ଛକ ନିକଟରେ କୋଭିଡ ଏନଫୋର୍ସମେଣ୍ଟ ବେଳେ ଏକ ବାଇକରେ ଆସୁଥିବା ୨ ଯୁବକଙ୍କୁ ଅଟକାଇଥିଲା ପୋଲିସ । ‍ପରେ ସନ୍ଦେହ ହେବରୁ ଯାଞ୍ଚ କରି ସେମାନଙ୍କ ନିକଟରୁ ୧୧୨ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା । ଏହି ଘଟଣାରେ ୨ ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ଚଢ଼ାଉ ବେଳେ ଏକ ବାଇକ ସହ ବ୍ରାଉନସୁଗାର ପାଇଁ ବ୍ୟବହୃତ କାଗଜ ଓ ମୋବାଇଲ ଫୋନ ଓ କିଛି ନଗଦ ଟଙ୍କା ମଧ୍ୟ ଜବତ ହୋଇଥିବା ପୋଲିସ ସୁଚନା ଦେଇଛି ।ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡ଼ିଛି । ତେବେ ଏ ନେଇ ପୋଲିସ ଅଧିକ ଖୋଳତାଡ଼ ଆରମ୍ଭ କରୁଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭଦ୍ରକ ଏସଡ଼ିପିଓ ସାର୍ଥକ ରାୟ ।

Leave A Reply

Your email address will not be published.

eighteen + 12 =