ତୁର୍ଲା ଖମନ ଗ୍ରାମ ପଞ୍ଚାୟତରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

କଳାହାଣ୍ଡି (ବସୁନ୍ଧରା) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକର୍ କରୁଣା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ କଳାହାଣ୍ଡି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ତୁର୍ଲାଖମନ ଗ୍ରାମ ପଞ୍ଚାୟତ ଆନୁକୁଲ୍ୟରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା ।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଅର୍ନ୍ତଗତ ତୁର୍ଲାଖମନଗ୍ରାମ ପଞ୍ଚାୟତ ଠାରେ ବିଜୁ ଛାତ୍ର ଜନତାଦଳ ତରଫରୁ କେସିଙ୍ଗା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକଟରି ଟିମ ସହାୟତାରେ ,୩୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିରକୁ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ତଥା ରାଜ୍ୟ ବିଜେଡି ସମ୍ପାଦକ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ (ପୁଷୁ) ଉଦଘାଟନ କରିଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ଅବିନାଶ ଠାକୁର, ରାଜ୍ୟ ଯୁବ ବିଜେଡି ଉପ ସଭାପତି ଶ୍ରୀ ମଣ୍ଟୁ ନାଏକ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଶ୍ରୀ ଅଜିତ କୁମାର ସାହୁ, ରାଜ୍ୟ ପରିଷଦ ସଦସ୍ୟ ଶ୍ରୀ ଭବାନୀ ଶଙ୍କର ନିଆଲ, ତୁର୍ଲାଖମନ ଗ୍ରାମ ପଞ୍ଚାୟତ ସରପଞ୍ଚ କ୍ଷୀତି ସୁତା ମାଝୀ ,ପୂର୍ଵତନ ସରପଞ୍ଚ ଯଗ୍ୟସେନ ସାହୁ , ପୁର୍ବତନ ସମିତି ସଭ୍ୟ କେଶରାଜ ସାହୁ , ହେମନ୍ତ ସାହୁ ସମେତ ଯୋଗଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା ।

କଲାହାଣ୍ଡିରୁ ନୃପରାଜ ସାହୁଙ୍କ ରିପୋର୍ଟ ବସୁନ୍ଧରା ନିୟୁଜ ।

Leave A Reply

Your email address will not be published.