ପରଲୋକରେ ଓଡ଼ିଆ (IAS)ଗୁରୁପ୍ରସାଦ ମହାପାତ୍ର।

ଭୁବନେଶ୍ୱର,(ବସୁନ୍ଧରା): ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ସଚିବ ଗୁରୁପ୍ରସାଦ ମହାପାତ୍ରଙ୍କ କରୋନାରେ ମୃତ୍ୟୁ ଘଟିଛି । କିଛିଦିନ ପୂର୍ବରୁ ସେ କରୋନାରେ ଗୁରୁତର ହୋଇ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ୧୯୮୬ ବ୍ୟାଚର ଗୁଜରାଟ କ୍ୟାଡରର ଆଇଏଏସ ଅଧିକାରୀ ଅଟନ୍ତି । ତାଙ୍କର ଘର ଭୁବନେଶ୍ୱରର ସହୀଦ ନଗର ଅଞ୍ଚଳରେ । ସେ ଓଡ଼ିଶାର ପ୍ରଖ୍ୟାତ ସାହିତ୍ୟିକ ସ୍ୱର୍ଗତ ମହାପାତ୍ର ନୀଳମଣି ସାହୁଙ୍କ କନିଷ୍ଠ ପୁତ୍ର ଅଟନ୍ତି । ସେ ବିଜେବି କଲେଜରୁ ସ୍ନାତକ ଓ ଜବାହାରଲାଲ ନେହେରୁ ୟୁନିଭରସିଟିରୁ ସ୍ନାତକୋତ୍ତର ସମାପ୍ତ କରିଥିଲେ । ପୂର୍ବରୁ ସେ ଭାରତୀୟ ବିମାନ ପ୍ରାଧିକରଣ (ଏଏଆଇ)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ତାଙ୍କର ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ, ଗଣେଶୀ ଲାଲଙ୍କ ସମେତ ବହୁ ବୁଦ୍ଧିଜୀବୀ, ପ୍ରଶାସକ, ଶିକ୍ଷାବିତ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

eighteen − 7 =