ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ।

ଭଦ୍ରକ,(ବସୁନ୍ଧରା) : ଭଦ୍ରକ ଜିଲ୍ଲା ତିହିଡି ତହସିଲ ପୀରହାଟ ପୁରୁଣାବଜାର ମୁସଲମାନ ବସ୍ତି ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆଜି ଅପରାହ୍ମ ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ଫାଟିଜାଇ ଏହି ଅଗ୍ନିକାଣ୍ଡ ଘଟିଥିଲା । ଚାଳ ଛପର ଘର ହୋଇଥିବାରୁ , ନିମିଷକ ମଧ୍ଯରେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ନିଆଁକୁ ଆୟତ୍ତ କରୁଥିବା ବେଳେ ଜଣେ ପୁରୁଷ ଓ ଦୁଇ ଜଣ ମହିଳା ମଧ୍ୟ ଆହତ ହୋଇଥିବାର ସୂଚନା ମିଳିଛି । ବର୍ଷା ସତ୍ବେ ମଧ୍ୟ ନିଆଁର ବେଗ ଥମୁ ନଥିଲା। ପ୍ୟାରା ସାହାଜୀ, ମୁର୍ସିଦ ସାହାଜୀ, ଝଡିଆ ସାହାଜୀ, ହାକିମୁଦିନ୍ ଖାଁ, କୌଶର ସାହା ଓ ଜୈରା ବିବିଙ୍କର ପ୍ରାୟ ଆଠ ବଖରା ଗୃହ ଭଷ୍ମିଭୁତ ହୋଇ ଯାଇଛି। ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ହେଁ ସବୁ କିଛି ନଷ୍ଟ ହୋଇଯାଇଛି। ପୀରହାଟ ଆରଆଇ ମୀନକେତନ ଦାସ ଘଟଣା ସ୍ଥଳରେ ପହଁଚି ବିପନ୍ନଙ୍କୁ ସମବେଦନା ଜ୍ଞାପନ କରିବା ସହିତ କ୍ଷୟକ୍ଷତିର ଆକଳନ କରିଥିବା ଜଣାଯାଇଛି। ତେବେ ଖଟିଖିଆ , ଗରିବ ଶ୍ରେଣୀର ଏହି ବିପନ୍ନ ପରିବାରକୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.