କରୋନା ମୃତକଙ୍କୁ କାନ୍ଧ ଦେଲେ ବିଡ଼ିଓ ଓ ସରପଞ୍ଚ ପାଖ ମାଡିଲେନି ସାହି ଭାଇ ।

ଭଦ୍ରକ,(ବସୁନ୍ଧରା) : ମଣିଷ ମଣିଷ ସମ୍ପର୍କକୁ ତୁଛ କରିଛି ଏ ମହାମାରୀ କରୋନା । ସ୍ଥିତି ଏମିତି ଯେ ରକ୍ତ ସମ୍ପର୍କ ବି ପର ହୋଇଯାଉଛି ।ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ଧାମନଗର ବ୍ଲକ ନଦୀଗାଁ ପଞ୍ଚାୟତ ବଡତିରଣ ଗାଁର ବାସୁଦେବ ମିଶ୍ରଙ୍କ ଘରେ । ଉକ୍ତ ଗ୍ରାମର ଜଣେ ବର୍ଷୀୟାନ କଳାକାର ଭାବେ ବାସୁଦେବ ମିଶ୍ର ବେଶ ଜଣାଶୁଣା। କରୋନାରେ ଆକ୍ରାନ୍ତ ହୋଇ ଗୃହ ସଙ୍ଗରୋଧରେ ଥିଲେ ବାସୁଦେବ l ତାଙ୍କ ପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଭଦ୍ରକ କୋଭିଡ୍ ହସପିଟାଲରେ ଚିକିତ୍ସା ହୋଇ ଘରକୁ ଫେରିଛନ୍ତି । ଅନ୍ୟ ପଟେ ପରିବାରର ସମସ୍ତ ସଦସ୍ୟ ଜ୍ୱର ଥଣ୍ଡାରେ ଆକ୍ରାନ୍ତ ଅଛନ୍ତି ।ଏଭଳି ପରିସ୍ଥିତିରେ ବାସୁଦେବଙ୍କ ମୃତ୍ୟୁ ଘଟିଥିବା ବେଳେ ଭୟରେ ଗାଁ ଲୋକ ପାଖ ମାଡିନଥିଲେ ।ତେବେ ଏଇ ଘଟଣା ସମ୍ପର୍କରେ ଖବର ପାଇ ଧାମନଗର ବିଡ଼ିଓ ଦୁର୍ଗାଚରଣ ମୁର୍ମୁ ଓ ନଦୀଗାଁ ସରପଂଚ ମନୋଜ ରାୟ ମହାପାତ୍ର ଓ ସ୍ବାସ୍ଥ୍ୟ କର୍ମୀ ପହଞ୍ଚି ପିପିଇ କିଟ୍ ପିନ୍ଧି ଶବକୁ କାନ୍ଧ ଦେଇ ଶବକୁ ଶ୍ମଶାନରେ ଦାହ କରିଛନ୍ତି ।

Leave A Reply

Your email address will not be published.