ଛାତ୍ରଙ୍କ ବଦାନତା,ନିଜର ଜନ୍ମ ଦିନ ଅବସରରେ ନିଜଗାଁ କୁ କଲେ ସାନିଟାଇଜ ଓ ବାଣ୍ଟିଲେ ମାସ୍କ , ସାବୁନ ଓ ବିସ୍କୁଟ ।

ଭଦ୍ରକ,(ବସୁନ୍ଧରା) : ଏବେ କରୋନାର ୨ୟ ଲହର ଭୟାଭୟତାକୁ ନଜରରେ ରଖି ମୈଉସୁଧା ପଞ୍ଚାୟତ ର ଛାତ୍ର ରାକେଶ ରାଉଳ ତାଙ୍କର ସହ କର୍ମୀ ମାନଙ୍କୁ ନେଇ କରନା ମହାମାରୀ ଉପରେ ସଚେତନତା କରିବା ସହ ନିଜ ଗାଁ କୁ ସାନିଟାଇଜ କରିବାସହ ଗାଁ ଗାଁ ବୁଲି ମାସ୍କ, ବିସ୍କୁଟ ଓ ସାନିଟାଇଜର ବଣ୍ଟନ କରିଛନ୍ତି। ଗ୍ରାମା ଅଞ୍ଚଳ ରେ କିଛି ଗରିବ ଲୋକ ଅଛନ୍ତି ଯାହାର ଆର୍ଥିକ ସ୍ବଛଳ ରହୁନାହିଁ ସେମାନେ ମାସ୍କ ଓ ସାନିଟାଇଜର ବ୍ଯବହାର କରିପାରୁନାହାନ୍ତି,ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଛାତ୍ର ଶ୍ରୀ ରାଉଳ ନିଜର ଜନ୍ମ ଦିନକୁ ନିଡାମ୍ବର ଭାବେ ପାଳନ କରି ସେହି ଅର୍ଥରେ ସେ ଗାଁ କୁ ସାନିଟାଇଜ କରିବାସହ ମାସ୍କ ଓ ସାନିଟାଇଜର କିଣି ଗ୍ରାମାଅଞ୍ଚଳର ଲୋକମାନଙ୍କୁ ବଣ୍ଟନ କରିବା ସହ କରନା ମହାମାରୀ ଉପରେ ଲୋକମାନଙ୍କୁ ସଚେତନତା କରିଛନ୍ତି। ତାଙ୍କର ଏହିସେବା ମନବୃତି ପାଇଁ ତାଙ୍କୁ ଗ୍ରାମ ବାସୀ ଧନ୍ଯବାଦ ଦେଇଛନ୍ତି।

Leave A Reply

Your email address will not be published.