କିଡ୍ନୀନି ରୋଗରେ ପୀଡିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜିତୁନକୁ ସହାୟତା ପାଇଁ ପରିବାର ଲୋକଙ୍କ ଆକୁଳ ନେବେଦନ।

ସାଲେପୁର,(ବସୁନ୍ଧରା):କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ମଣିଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଓଡ଼ଖଣ୍ଡ ଗାଁର ଜିତୁନ କୁମାର ଦାସ ଗତ ୨ବର୍ଷ ହେବ କିଡିନି ରୋଗରେ ପୀଡ଼ିତ ହୋଇ ଚିକତ୍ସାଧୀନ ଥିଲେ।ବର୍ତ୍ତମାନ ତାଙ୍କର ଦୁଇଟି କିଡିନି ଖରାପ ହୋଇଯାଇଛି।ସେ ଏବେ ଆପୋଲୋ ହସ୍ପିଟାଲ ରେ ଚିକିତ୍ସା ଧୀନ ଅଛନ୍ତି।କିନ୍ତୁ ଅର୍ଥ ସାଜିଛି ତାଙ୍କ ର ଚିକିତ୍ସା ପାଇଁ ବଡ଼ପ୍ରତିବନ୍ଧକ।ଜିତୁନ ହେଉଛନ୍ତି ତାଙ୍କ ଘରର ଏକ ମାତ୍ରପୁଅ।

ତାଙ୍କ ବାପା ଏବେ ବୟଷ ର ଅପରାହ୍ନରେ ଉପନୀତ।ଗାଁ ମୁଣ୍ଡରେ ଏକ ସିମେଣ୍ଟ ନନ୍ଦ ଦୋକାନକରି ପରିବାର ପ୍ରତିପୋଷଣ କରନ୍ତି।ଜିତୁନ ଙ୍କ ଦେହଖରାପ ଯୋଗୁଁ ତାହା ଏବେ ସମ୍ପୂର୍ଣ୍ଣ ବନ୍ଦ।ଜିତୁନ ଙ୍କ ପରିବାର କହିଲେ ତାଙ୍କ ବାପା,ମା ଓ ତାଙ୍କ ସ୍ତ୍ରୀ ଗୋଟିଏ ପୁଅ ଓ ଗୋଟିଏ ଝିଅ ତାଙ୍କର ଦେହ ଖରାପ ଓ ପରିବାର ପ୍ରତିପୋଷଣ ର ଆର୍ଥିକ ସଙ୍କଟ ଜିତୁନ ଙ୍କ ଚିନ୍ତା କୁ ଆହୁରି ଦ୍ବିଗୁଣିତ କରିଛି।ଜିତୁନ ଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ୧୦ ରୁ ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହେବବୋଲି ପ୍ରକାଶ କରିଛନ୍ତି।ଯଦି ସରକାର,ସ୍ୱେଚ୍ଛାସେବୀ ସଗଠନ ଓ ବଦାନ୍ୟବ୍ୟକ୍ତି ଜିତୁନ ଙ୍କ ଚିକିତ୍ସା ପାଇଁ ସହଯୋଗ ର ହାତବଢାନ୍ତି ଗୋଟିଏ ଅମୂଲ୍ୟ ଜୀବନ ବଞ୍ଚିପାରିବ।
ଜିତୁନକୁ ଆପଣଙ୍କ ସହଯୋଗ କରିବାକୁ ଚାହୁଁଥିଲେ ତାଙ୍କ ଆକାଉଣ୍ଟ ନମ୍ବର 34227321708 ifsc:SBINOO 17199 ଗୁଗୁଲପେ ଫୋନପେ 9399811651ବିଭୁତି ଭୂଷଣ ଦାସ।

ସାଲେପୁରରୁ ତାପସ ଦାସଙ୍କ ରିପୋର୍ଟ।

Leave A Reply

Your email address will not be published.