କରୋନା ପିଡ଼ିତ ସ୍ବାମିର , ଜୀବନ ବଞ୍ଚାଇବା ପାଇଁ ସ୍ତ୍ରୀ ର ଆକୁଳ ନିବେଦନ ।

ବାସୁଦେବପୁର,(ବସୁନ୍ଧରା) : ମହାମାରୀ କରୋନା ବହୁ ଲୋକଙ୍କ ଘର ଉଜାଡ଼ି ଦେଇଛି । କିଏ ରୋଜଗାରିଆ ପୁଅକୁ ହରାଇଛି ତ ପୁଣି କେଉଁ ପିଲା ବାପା ଛୋଉଣ୍ଡ ହୋଇଛି । ମହାମାରୀ କରୋନା ପାଇଁ ଲୋକ ନାହିଁ ନଥିବା ଅସୁବିଧା ରେ ସମ୍ମୁଖିନ ହୋଇଛନ୍ତି ।ଏହାରୀ ଭିତରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଓଲଗଡ଼ା ଗ୍ରାମରୁ ଏକ ଦୁଃଖଦ କାହାଣୀ ସାମ୍ନାକୁ ଆସିଛି । ଗୋଟିଏ ଗରିବ ପରିବାର ଏକ ମାତ୍ରା ରୋଜଗାରିଆ ବ୍ୟକ୍ତି କରୋନା ରେ ଆକ୍ରାନ୍ତ ହୋଇ ନିଜର ସର୍ବଶ୍ଵ ହରାଇ ସାରିଛନ୍ତି । ଓଲଗଡା ଗ୍ରାମର ହିରାଲାଳ କମିଲା
ଗରିବ ପରିବାରର ତାର ତିନୋଟି ଛୋଟ ଛୋଟ ପିଲା ବାପା, ମା ଓ ସ୍ତ୍ରୀ।ଦୀର୍ଘ ୧୫ ଦିନ ହେବ କରୋନାରେ ପୀଡିତ ହୋଇ ICU ଭେଣ୍ଟିଲେଟରରେ ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ପାଖାପାଖି ୩ରୁ୪ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହୋଇସାରିଲେଣି। ସେମାନଙ୍କ ପାଖରେ ଯାହା ଘରର ଆସବାବପତ୍ର ଥିଲା ତାକୁ ସବୁ ବିକ୍ରୟ କରି ଖର୍ଚ୍ଚ କରିବାପରେ, ମଧ୍ୟ ତାଙ୍କର ଜୀବନ ଏବେ ସଙ୍କଟାପନ୍ନ।ସେ ଜୀବନ ମରଣ ସହିତ ସଂଗ୍ରାମ କରୁଛି। ତାଙ୍କ ପରିବାର ଏବେ ନିରୁପାୟ ତାଙ୍କ ପାଖରେ କିଛିବି ସମ୍ବଳ ନାହିଁ ଆଗକୁ ଚିକିତ୍ସା କରିବାକୁ। ଘରର ଏକମାତ୍ର ରୋଜଗାରିଆ ପୁଅ ଖଟିଲେ ଦିନକୁ ୪୦୦ ଟଙ୍କା ମଜୁରୀ ପାଏ। ପରିବାରର ସମସ୍ତ ସଦସ୍ୟ ତାହାରି ଉପରେ ନିର୍ଭର କରନ୍ତି ଦୁଇ ଓଳି ପେଟକୁ ଖାଇବା ପାଇଁ।
ଆସନ୍ତୁ ସମସ୍ତେ ସମର୍ଥ ମୁତାବକ ସାହାଯ୍ୟ କରିବା ଏବଂ ଏହି ଗରିବ ପରିବାର କୁ ଏକ ନୂଆ ଜୀବନ ଦାନ ଦେବା ପାଇଁ ସାହାଯ୍ୟ କରିବା।

Chinmay Kumar Nayak
State Bank Of India
Branch-Basudebapur
Ac n-30586255244
IFSC-SBIN0002014
Phone pay-9035162493

Leave A Reply

Your email address will not be published.