କେନ୍ଦ୍ରସରକାର ଶିକ୍ଷା ମନ୍ତ୍ରଣା ଲୟ “ସ୍ୱୟଂ ” , ଅନଲାଇନ ଶିକ୍ଷା ପୋର୍ଟାଲ ରୁ ଓଡ଼ିଆ ଭାଷା ବାଦ ପଡିବା ଘଟଣା କୁ ରାଜ୍ୟ ଛାତ୍ର ବିଜେଡି ତୀବ୍ର ନିନ୍ଦା କରୁଛି ।

ଭୁବନେଶ୍ୱର,(ବସୁନ୍ଧରା):ଭାରତ ସରକାରଙ୍କ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧିନ ‘ସ୍ବୟଂ’ ଅନଲାଇନ୍ ଶିକ୍ଷା ପୋର୍ଟାଲରୁ ଓଡ଼ିଆ ଭାଷା ବାଦ୍ ପଡିବା ଘଟଣା କୁ ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର କ୍ଷୋଭ ପ୍ରକାଶ କରିଛନ୍ତି । ବିଶେଷ କରି ନବମ ଶ୍ରେଣୀ ଠାରୁ ଆରମ୍ଭ କରି ସ୍ନାତକୋତ୍ତର ପର୍ଯ୍ୟନ୍ତ ମାଗଣାରେ
ସ୍ବୟଂ ଅନଲାଇନ୍ ଶିକ୍ଷା ପୋର୍ଟାଲର ମାଧ୍ୟମରେ ବିଜ୍ଞାନ , ଇନଞ୍ଜିନିୟରିଂ, ଫାର୍ମାସି, ସାମାଜିକ ବିଜ୍ଞାନ, ଆଇନ ଓ ମ୍ୟାନେଜମେଣ୍ଟ ଆଦି ପାଠ୍ୟ ବିଷୟକୁ ଆଇଆଇଟି, କେନ୍ଦ୍ରିୟ ବିଶ୍ବବିଦ୍ୟାଳୟ, ଆଇଆଇଏସସିର ଅଭିଜ୍ଞ ଅଧ୍ୟାପକଙ୍କ ଦ୍ବାରା ପ୍ରସ୍ତୁତ ହୋଇ ଶିକ୍ଷାଦାନ ହେଉଛି ।

କରୋନା ମହାମାରୀ ସମୟରେ ଛାତ୍ର ଛାତ୍ରୀ ବିଶେଷ କରି ଅନଲାଇନ୍ ମୋଡରେ ପାଠ ପଢ଼ିବା ପାଇଁ ନିର୍ଭର କରୁଛନ୍ତି । ଶିକ୍ଷା ଗ୍ରହଣରେ ଭାଷା ଯେପରି ବାଧକ ନ ସାଜେ ସେଥିପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓଡ଼ିଆ ସମେତ ୧୦ଟି ଭାଷାରେ ପାଠ୍ୟ ପୁସ୍ତକ ଉପଲବ୍ଧ ପାଇଁ ଘୋଷଣା କରିଥିଲେ । କିନ୍ତୁ ଏଆଇସିଟିଇ ପକ୍ଷରୁ ପାଠ୍ୟପୁସ୍ତକ ଅନୁବାଦ ସମୟରେ ଓଡ଼ିଆ ଭାଷା ବାଦ ପଡ଼ିଥିବା ଏବେ ସାମ୍ନାକୁ ଆସିଛି। ହିନ୍ଦୀ, ବଙ୍ଗାଳୀ, ଗୁଜୁରାଟୀ, ତାମିଲ, ତେଲଗୁ, କନ୍ନଡ଼, ମାଲାୟାଲାମ ପରି ଭାଷାରେ ପିଲାମାନେ ପଢ଼ିବାର ସୁଯୋଗ ପାଉଥିବା ବେଳେ ଓଡ଼ିଆ ପିଲାଙ୍କୁ ଏଥିରୁ ବଞ୍ଚିତ କରାଯିବା କେନ୍ଦ୍ର ର ଓଡ଼ିଆଙ୍କ ପ୍ରତି ବୈମାତୃକ ମନୋଭାବ ଦର୍ଶାଉଛି ।

ଶିକ୍ଷା ମନ୍ତ୍ରଣାଳୟ ଓ ଏଆଇସିଟିଇ ଏବାବଦରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ସହ ଓଡ଼ିଆ ପିଲାଙ୍କ ସ୍ବାର୍ଥ ରକ୍ଷା ନିମନ୍ତେ ଶିଘ୍ର ପଦକ୍ଷେପ ନେବା ପାଇଁ ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ଦାବୀ କରିଛନ୍ତି ।
ଭବାନୀପାଟଣା ରୁ ବଳମନ୍ତ ନାୟକ ରିପୋର୍ଟ।

Leave A Reply

Your email address will not be published.