ବାତ୍ୟା ବିପନ୍ନଙ୍କୁ ଭାଜପାର ରିଲିଫ ବଣ୍ଟନ ।

ଭଦ୍ରକ,(ବସୁନ୍ଧରା) : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଜେପିର ବଳଦେବଜିଉ ମଣ୍ଡଳ ପକ୍ଷରୁ ଦଳର ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ବିଭିନ୍ନ ପଞ୍ଚାୟତରେ ସେବା କାର୍ଯ୍ୟ ଆଜି ଅନୁଷ୍ଠିତ ହୋଇଯାଇଛି । କୋରିଗାଁ ପଞ୍ଚାୟତର ଷଠଗାଁ, ଷୋଳମପୁର ପଞ୍ଚାୟତର ବିରୋଳି ଓ ମାଳଦା ପଞ୍ଚାୟତର ରଘୁନାଥପୁର ହରିଜନ ସାହିରେ ବାତ୍ୟା ଓ ବନ୍ୟା ବିପନ୍ନ ପରିବାରକୁ ମାସ୍କ ଓ ଶୁଖିଲା ଖାଦ୍ୟ ବିତରଣ କରାଯାଇ କରୋନା ସଚେତନ କରାଯାଇଥିଲା । ଏଥିସହ ରଘୁନାଥପୁର ହରିଜନ ସାହିର ଦଶ ପରିବାରକୁ ଜରିପାଲ ଓ ଅନ୍ୟାନ୍ୟ ସାମଗ୍ରୀ ବିତରଣ କରାଯାଇଥିଲା । ଏଥିରେ ମଣ୍ଡଳ ସଭାପତି ମୁକୁନ୍ଦ ମଲ୍ଲିକ, ସୁଶାନ୍ତ ପାତ୍ର, ନିରଞ୍ଜନ ପୁହାଣ, ବିଶ୍ୱନାଥ ଯେନା, ବ୍ରଜ ନାୟକ, ଶୁକଦେବ ଦାସ, ବିଶ୍ୱଜିତ ନାୟକ, ପ୍ରଶାନ୍ତ ନାୟକ, ରମେଶ ସାମଲ, ଉମାକାନ୍ତ ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.