ବିଧାୟକଙ୍କ ଦ୍ୱାରା କଂକ୍ରିଟ ରାସ୍ତାର ଶୁଭ ଉଦ୍‌ଘାଟନ ।

ଭଦ୍ରକ,(ବସୁନ୍ଧରା) : ଭଦ୍ରକ ପୌରପାଳିକା ୬ ନମ୍ବର ୱାର୍ଡର ଡାହାଣିଗଢିଆ ଠାରେ ମହାବୀର ନଗର ଠାରେ ଅପୋଲ ଟାୟାର ସୋରୁମ ଠାରୁ ପିତାମ୍ବର ନାୟକଙ୍କ ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଗୁଆମାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ପଣ୍ଡା, ପୂର୍ବତନ କାଉନସିଲର ପ୍ରବୀର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଅନୁସାରେ ଦିର୍ଘ ଦିନ ହେବ ଏହି ରାସ୍ତାର ମରାମତି କାର୍ଯ୍ୟ ହୋଇପାରୁ ନ ଥିଲା ଫଳରେ ଉକ୍ତ କଲୋନିର ଲୋକ ମାନେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଥିଲେ l ପରେ ଭଦ୍ରକ ବିଧାୟକଙ୍କ ତତ୍ତ୍ଵବଧାନରେ ଏହି ରାସ୍ତାଟି ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସଫଳତାର ସହ ଆଜି ଏହି କଂକ୍ରିଟ ରାସ୍ତାର ଶୁଭ ଉଦ୍ପାଟନ ହୋଇଛି l

Leave A Reply

Your email address will not be published.

3 × 2 =