୨ ଶହ ଲିଟର ଦେଶୀ ମଦ ସହ ଗୋଟିଏ ବାଇକ୍ ଜବତ, ୩ ଗିରଫ।

ଭଦ୍ରକ,(ବସୁନ୍ଧରା):ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଉପଜିଲାପାଳ ପୀତାମ୍ବର ସାମଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡର ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ତିହିଡି ଥାନା ଅଧୀନସ୍ଥ ତିହିଡି ବଜାର ଓ ପାଳିଆ ବଜାର ଅଂଚଳରେ ଚଢାଉ କରି ୨ ଶହ ଲିଟର ଦେଶୀ ରନ୍ଧା ମଦ ଓ ଓଡି-୨୨ଏଲ୍‌-୯୭୧୭ ନମ୍ବରର ହୋଣ୍ଡା ଲିଭୋ ମୋଟର ସାଇକେଲ୍ ଜବତ କରିଛନ୍ତି । ଏବଂ ଏଥିରେ ସଂପୃକ୍ତ ତିହିଡି ଥାନା ଅଧୀନସ୍ଥ ଜିଝାରପୁର ଗ୍ରାମର ଦର୍ଶନ ମଳିକ ଓ ନିର୍ମଳ ମଳିକ ଏବଂ ପୀରହାଟ ଥାନା ଅଧୀନସ୍ଥ ରାଜନଗର-ଗଦି ଗ୍ରାମର ଶଶିକାନ୍ତ ବାରିକଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଜବତ ମଦ ଓ ଗାଡିର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ଏ ନେଇ ଅବକାରୀ ବିଭାଗ ପକ୍ଷରୁ ୩ଟି ପୃଥକ୍ ପୃଥକ୍ ମାମଲା ରୁଜୁ କରାଯାଇଛି । ଏହି ଚଢାଉରେ ଏଏସ୍‌ଆଇ ଭବେଶ ଦାସ, ପ୍ରହ୍ଲାଦ ସାମଲ ଓ କନେଷ୍ଟବଳ ପ୍ରଦୀପ ମଲ୍ଲିକ, ସତ୍ୟରଂଜନ ସେଠୀ, ଅନବାଦିତ୍ୟ ବାରିକ, ଖଗେଶ୍ୱର ଜେନା, ଜେମାମଣି ଜାମୁଡା ପ୍ରମୁଖ ସାମିଲ୍ ଥିଲେ ।

Leave A Reply

Your email address will not be published.