ଅନଲାଇନ ଶିକ୍ଷା ସଫଳତା ପାଇଁ ଭାରପ୍ରାପ୍ତ ବିଇଓ ଅକ୍ଷୟ କୁମାର ଜେନାଙ୍କ ପଦକ୍ଷେପ ।

ଭଦ୍ରକ,(ବସୁନ୍ଧରା): ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅକ୍ଷୟ କୁମାର ଜେନା ଲକଡାଉନ ସମୟରେ ଅନଲାଇନ ଶିକ୍ଷାବ୍ୟବସ୍ଥାର ସଦୃଢିକରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିନେଇ ବିଭିନ୍ନ କ୍ଲଷ୍ଟରସ୍ତରୀୟ ଭର୍ଚୁଆଲ ବୈଠକରେ ଶିକ୍ଷକମାନଙ୍କୁ ମାର୍ଗଦର୍ଶିକା ଜାରି କରାଯାଇ ଶିକ୍ଷାଦାନର ସମସ୍ତ ବିବରଣୀ ପ୍ରଦାନ ପାଇଁ ଶିକ୍ଷା ସଂଯୋଜକମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ଏଥିସହ ମୋ ବିଦ୍ୟାଳୟ, ବୃକ୍ଷରୋପଣ, ଫିଟ ଇଣ୍ଡିଆ, ପୁଷ୍ଟିକର ବଗିଚା ଆଦି କାର୍ଯ୍ୟକ୍ରମର ରୂପାୟନ ଓ ସଫଳତା ସମ୍ପର୍କରେ ମଧ୍ୟ ଖସଡା ପ୍ରସ୍ତୁତ କରାଯାଇଛି । ବିଭିନ୍ନ ସମୟରେ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢୀ, ଏବିଇଓ ରମେଶ ଚନ୍ଦ୍ର ଜେନା, ଅନିଲ କୁମାର ବଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଚଳିତ ଜୁନ ମାସ ପ୍ରଥମ ଦିନରୁ ଭାରପ୍ରାପ୍ତ ବିଇଓ ଭାବେ ଦାଇତ୍ୱ ଗ୍ରହଣ କରିଥିବା ଶ୍ରୀ ଜେନାଙ୍କୁ ମଙ୍ଗଳବାର ଶିକ୍ଷା ସଂଯୋଜକ କୈଳାସ ଚନ୍ଦ୍ର ସାମଲ, ପ୍ରଧାନଶିକ୍ଷକ ଉଦୟନାଥ ସେଠୀ, ମହୀଲତା ସାହୁ, ମଞ୍ଜୁଳା ନାୟକ, ବସନ୍ତ ଦାସ, ବିଶ୍ୱମ୍ଭର ମାଝୀ, ମାଧବୀ ସେଠୀ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀମାନେ କାର୍ଯ୍ୟାଳୟରେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ ।

Leave A Reply

Your email address will not be published.