ଧାମରାରେ ଭ୍ରାମ୍ୟମାଣ ଚିକିତ୍ସା ଶିବିର ।

ଭଦ୍ରକ, (ବସୁନ୍ଧରା): ବାତ୍ୟା ୟାଶ ପରେ କେନ୍ଦ୍ର ସରକାରଙ୍କ ତରଫରୁ ଧାମରା ଅଂଚଳରେ ଭ୍ରାମ୍ୟମାଣ ଚିକିତ୍ସା ଶିବିର ପ୍ରତି ପଂଚାୟତରେ ଅନୁଷ୍ଠିତ ହେଉଛି । ଗତକାଲି ଧାମରା ନିକଟସ୍ଥ କଇଥଖୋଲା ପଂଚାୟତରେ ଘରକୁ ଘର ବୁଲି ଗେଲ ଇଣ୍ଡିଆର ଏକ ଭ୍ରାମ୍ୟମାଣ ଗାଡି ଏହି ଚିକିତ୍ସା ଯୋଗାଇ ଦେଇଥିବା ବେଳେ ଆଜି ଏହି ସେବା ଧାମରା ପଂଚାୟତରେ ଉପଲବ୍ଧ ହୋଇଛି । ଆସନ୍ତା ଦିନ ମାନଙ୍କ ରେ ବାଂଶଡା, ଜାଗୁଳା,କଇଥଖୋଲା କରଞମାଳ,କରଣପଲ୍ଲୀ ଏବଂ ପଂଚୁଟିକ୍ରି ପଂଚାୟତରେ ସମସ୍ତ ଜନସାଧାରଣଙ୍କୁ ଏହି ସେବା ଯୋଗାଇ ଦିଆଯିବ ବୋଲି ଡ. ପଦ୍ମନାଭ କାରୁଆ,ଫାର୍ମାସିଷ୍ଟ ଲିଙ୍କନ ପଟେଲ, ନର୍ସ ଭାଗ୍ୟଶ୍ରୀ ବେହେରା, ଆଇଟି ଟେକନିସିଆନ ରଣଧୀର କୁମାର ସହଯୋଗୀ ପ୍ରଦ୍ୱୀପ୍ତ ପୁରୋହିତ ପ୍ରମୁଖ ମତ ରଖିଥିଲେ । ସ୍ୱେଛାସେବୀ ପ୍ରଦ୍ୱୀପ ରାଉତ, ବାପୁଜୀ ମାଝୀ ,ଅକ୍ଷୟ ମାଝୀ,ନାରାୟଣ ମହାଳିକ,ଜୈନ ସାହୁ ,ପଦନ ମହାଳିକ,ଗଙ୍ଗାଧର ବେହେରା, ନନ୍ଦିଆ ମଲିକ,ବୁବୁନା ମାଝୀ ଏବଂ ଅନନ୍ତ ବେହେରା ପ୍ରମୁଖ ସହାୟତା କରିଥିଲେ ।

Leave A Reply

Your email address will not be published.

15 − 6 =