ବାତ୍ୟା ପରେ ରିଲିଫ ପ୍ରଦାନ ରେ ପାତର ଅନ୍ତର ଅଭିଯୋଗ , ପ୍ରତିବାଦ ରେ ଆମରଣ ଅନସନ ।

ବାସୁଦେବପୁର,(ବସୁନ୍ଧରା): ବାତ୍ୟା ୟାସ ପ୍ରଭାବରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଭଦ୍ରକ ଓ ବାଲେଶ୍ଵର ଜିଲ୍ଲା । ଏହିସବୁ ଜିଲ୍ଲା ମାନଙ୍କରେ ସମୁଦ୍ର ଉପକୁଳବର୍ତ୍ତି ବ୍ଳକ ଅଧିକ ପ୍ରଭାବିତ ହୋଇଛି । ବାସୁଦେବପୁର ବ୍ଲକ ସମୁଦ୍ର ଉପକୁଳବର୍ତ୍ତି ହୋଇଥିବାରୁ ଅଧିକ ପ୍ରଭାବିତ ହୋଇଛି , ହେଲେ ପ୍ରଶାସନ ପକ୍ଷରୁ ବ୍ଳକର ସମସ୍ତ ପଞ୍ଚାୟତକୁ ରିଲିଫ ଯୋଗାଇ ଦିଆଯାଇନାହିଁ । ଯାହାକୁ ବିରୋଧ କରି ରାଜଘର ପୋଖରୀ ପଞ୍ଚାୟତ ର ସରପଞ୍ଚ ସବିତା ମହାନ୍ତିଙ୍କ ସହିତ ନୁଆଗାଁ ପଞ୍ଚାୟତର ସରପଞ୍ଚ ରଘୁନାଥ ମଳିକ , କୁମାରପୁର ପଞ୍ଚାୟତ ସରପଞ୍ଚ ମଞ୍ଜୁଲତା ପଣ୍ଡା , ପୂର୍ବତ୍ତନ ଜିଲ୍ଲା କଂଗ୍ରେସ ସଭାପତି ଆଶୋକ କୁମାର ଦାସ ,ବ୍ଲକ କଂଗ୍ରେସ ସଭାପତି ରମେଷ ଚନ୍ଦ୍ର ବଳ ଓ ଅନ୍ୟମାନେ ଆମରଣ ଅନଶନରେ ବସିଛନ୍ତି । ପ୍ରଶାସନ ପକ୍ଷରୁ ସମସ୍ତ ପଞ୍ଚାୟତ ସହିତ ପୌରପାଳିକା ରେ କ୍ଷତିଗ୍ରସ୍ତ ସମସ୍ତଙ୍କୁ ରିଲିଫ ଯୋଗାଇ ଦିଆଯିବା କୁ ଦାବି କରି ଆମରଣ ଅନଶନ ରେ ବସିଥିଲେ । ଘଟଣା ସ୍ଥଳରେ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହି , ବାସୁଦେବପୁର ଥାନା ଅଧିକାରୀ ଗୌରାଙ୍ଗ ସାହୁ ଓ ବାସୁଦେବପୁର ଗୋଷ୍ଠଉନ୍ନୟନ ଅଧିକାରୀ ପ୍ରଣବ ବେହେରା ମିଳିତ ଭାବରେ ଅନଶନ କାରୀଙ୍କୁ ବୁଝାଇ ଥିଲେ । ପରେ ବାସୁଦେବପୁର ବିଡ଼ିଓ ଙ୍କ ପ୍ରତିଶୃତି ଯାହାକ ୧୦ ଦିନ ଭିତରେ ସେମାନଙ୍କ କଥା ବୁଝାଜିବ କହିବାରୁ ଅନଶନ ରୁ ଓହରୀ ଥିଲେ ।

Leave A Reply

Your email address will not be published.

seven + 7 =