“ଦିଶା” ପକ୍ଷରୁ କରୋନା ସଚେତନତା।

ଭଦ୍ରକ,(ବସୁନ୍ଧରା) :ଭୟଙ୍କର ରୂପ ନେଉଥିବା ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ସାରା ରାଜ୍ୟ ବର୍ତ୍ତମାନ ଲଢି ଚାଲିଥିବା ବେଳେ ତାକୁ ସହଯୋଗ କରିଆସୁଛନ୍ତି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ବଡ଼ବର୍ଚ୍ଚିକୟାଁ ପଂଚାୟତ ଅନ୍ତର୍ଗତ କୁସୁନପୁର ଗ୍ରାମରେ ବ୍ଳକର ଅଗ୍ରଣୀ ସାମାଜିକ ସଂଗଠନ “ଦିଶା”ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନ ସଂପାଦକ ତଥା ଆଇନଜୀବୀ ବସନ୍ତ ଖିଲାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପତଞ୍ଜଳୀ କମିଟିର ମୁଖ୍ୟ ପ୍ରତାପ ପଟ୍ଟନାୟକ ଓ ମହିଳା ପ୍ରଭାରୀ ସସ୍ମିତା ଦାସ ଯୋଗ ଦେଇ ଘରୁ ବାହାରିବା ବେଳେ ମାସ୍କ ପିନ୍ଦିବା ସାମାଜିକ ଦୂରତ୍ୱ ବଜାୟ ରଖିବା, ହାତକୁ ବାରମ୍ବା ସାବୁନରେ ଧୋଇବା, ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା, ନିୟମିତ ଯୋଗ ପ୍ରଣାୟାମ କରିବା, ସାନିଟାଇଜର ବ୍ୟବହାର କରିବା ଓ ଅଯଥାରେ ଘରୁ ବାହାରକୁ ନଯିବା ଆଦି ଉପରେ ଲୋକଙ୍କୁ ସଚେତନ କରାଇଥିଲେ । ପରେ ସଂଗଠନ ତରଫରୁ ଗ୍ରାମବାସୀଙ୍କୁ ମାସ୍କ, ସାନିଟାଇଜର, ସାବୁନ, ହେଣ୍ଡ୍‌ୱାସ ଓ ବିସ୍କୁଟ ଇତ୍ୟାଦି ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସାହାର୍ଯ୍ୟ କରିଥିଲେ ମହିଳା ମହାସଂଘ କାର୍ଯ୍ୟକାରୀ ସଦସ୍ୟା ପାର୍ବତୀ ପ୍ରଧାନ ।

Leave A Reply

Your email address will not be published.

six + 9 =