୫୦ ଲିଟର ଦେଶୀ ରନ୍ଧାମଦ ଜବତ, ୧ ଗିରଫ।

ଭଦ୍ରକ,(ବସୁନ୍ଧରା): ଜିଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ କ୍ଷୀତିଶ ଦାସ ଏବଂ ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡର ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକ ଓ ସମସ୍ତ କର୍ମଚାରୀମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଜୋରଗଡିଆ, କଂକରା ଗ୍ରାମ ଉପରେ ଚଢାଉ କରି ୫୦ ଲିଟର ଦେଶୀ ରନ୍ଧାମଦ ଓ ଗୋଟିଏ ବାଇକ୍ ଜବତ କରିବା ସହ ଏଥିରେ ସଂପୃକ୍ତ ଜଣକୁ ଗିରଫ କରିଛନ୍ତି । ତେବେ ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବାର ଜଣାପଡିଛି । ଗିରଫ ବ୍ୟକ୍ତିର ନାମ ମହେଶ୍ୱର ବେହେରା ହୋଇଥିବାବେଳେ ଫେରାର ବ୍ୟକ୍ତିଙ୍କ ନାମ ବାବୁଲି ଦେଉରି ବୋଲି ଜଣାପଡିଛି । ପୁଲିସ୍ ଏହି ଘଟଣାରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.