ବଜ୍ରପାତ୍ରରେ ଜଣେ ମୃତ।

ଭଦ୍ରକ,(ବସୁନ୍ଧରା): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବନ୍ଦର ନଗରୀ ଧାମରା ନିକଟସ୍ଥ ଚନ୍ଦନୀପାଳ ଠାରେ ବଜ୍ରପାତରେ ଜଣେ ଧୀବରଙ୍କ ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ଆଜି ସକାଳ ସମୟରେ ଦୋସିଙ୍ଗା ପଂଚାୟତ ଅଧିନସ୍ଥ ଅମର ନଗର ଗ୍ରାମର ସୁନାଧର ଦଳେଇ (୫୨) ଚନ୍ଦନୀପାଳ ଠାରେ ଥିବା ନିଜ ମାଛ ଧରା ଭୁଟୁଭୁଟି ନିକଟକୁ ଯାଉଥିବା ସମୟରେ ଏହି ବଜ୍ରାଘାତ ହୋଇଥିଲା । ସେଠାରେ ସେ ସଂପୂର୍ଣ୍ଣର୍ ସଜ୍ଞାହୀନ ହୋଇ ପଡିଥିଲେ । ସେଠାରେ ଉପସ୍ଥିତ ଥିବା ଅନ୍ୟ ଧୀବର ମାନେ ତାଙ୍କୁ ତୁରନ୍ତ ଧାମରା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ପୁନଶ୍ଚ ତାଙ୍କୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରରୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ସୁନାଧରଙ୍କ ମୃତ୍ୟୁ ଘୋଷଣା କରିଥିଲେ ।

Leave A Reply

Your email address will not be published.

1 × two =