ବିଜୁଜନତା ଦଳ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ ବିତରଣ।

ଭଦ୍ରକ,(ବସୁନ୍ଧରା) : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବିଜେଡି ପକ୍ଷରୁ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ନିର୍ଦ୍ଦେଶରେ କ୍ରମାଗତ ଭାବେ ବାତ୍ୟା ‘ୟାସ’ ଓ ବୈତରଣୀ ବନ୍ୟା ବିପନ୍ନଙ୍କୁ ରିଲିଫ ବିତରଣ କାର୍ଯ୍ୟ ଜାରି ରହିଛଇ । ଗୁରୁବାର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲଙ୍କ ନେତୃତ୍ୱରେ ଦକ୍ଷିଣବାଡ ପଞ୍ଚାୟତର ବିଭିନ୍ନ ଆଦିବାସୀ ବସ୍ତି ଓ ନପଙ୍ଗ ପଞ୍ଚାତର ବାଙ୍କମୂହାଁ, ଜୋରାଗଡିଆ ଓ ବଡନପଙ୍ଗ ଆଦିବାସୀ ବସ୍ତିରେ ଶୁଖିଲା ଖାଦ୍ୟ, ଜରିପାଲ, ମାସ୍କ, ସାନିଟାଇଜର ଆଦି ରିଲିଫ ସାମଗ୍ରୀ ବିତରଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ପର୍ଶୁରାମ ଶଙ୍ଖୁଆ, ରାଜେଶ ବାରିକ, ନପଙ୍ଗ ସରପଞ୍ଚ ପ୍ରତିନିଧି ଆକାଶ ନାୟକ, ସଞ୍ଜିବ ରାଉତ, ଦେବକାନ୍ତ ନାୟକ, ହେମନ୍ତ ଜେନା, ବିଷ୍ଣୁମୋହନ ମହାପାତ୍ର, ପ୍ରକାଶ ସାମଲ, ସଞ୍ଜିବ ନାୟକ, ପ୍ରତୀକାନ୍ତ ସ୍ୱାଇଁ, ଜଳଧର ଯେନା, ସୁବାସ ରାୁତ, ମହେଶ୍ୱର ମହାନ୍ତି, ପ୍ରଫୁଲ୍ଲ ନାୟକ, ମନୋରଞ୍ଜନ ରାୟ, ବ୍ରଜକିଶୋର ଜେନା, ସୁବୋଧ ନାୟକ, ବଳରାମ ଜେନା, ପ୍ର୍ରଦୀପ ବଳ ପ୍ରମୁଖ ରିଲିଫ ବିତରଣ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । ଦଳ ପକ୍ଷରୁ ମେଡିକାଲରେ ବହୁ ପରିମାଣର ମାସ୍କ ବିତରଣ କରାଯାଇଥିଲା ।

Leave A Reply

Your email address will not be published.