ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକରେ ସ୍ମୃତିସଭା।

ଭଦ୍ରକ,(ବସୁନ୍ଧରା):ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ଅଂଚଳର ବିଶିଷ୍ଟ ସମାଜସେବୀ, ପରୋପକାରୀ, ଧର୍ମପରାୟଣବ୍ୟକ୍ତି ତଥା ଦୋବଲ ସ୍ଥିତ ମା’ ଶ୍ୟାମାକାଳୀ ପୂଜାକମିଟି ଓ ଦୋବଲ ସ୍ଥିତ ବୈଦିକ ଯଜ୍ଞ ମଣ୍ଡପର ଏକ ଆଗଧାଡ଼ିର ବ୍ୟକ୍ତି ତଥା ଦୋବଲ ଏସ୍‌ଏଜେ ବିଦ୍ୟାଳୟ ଅବସରପ୍ରାପ୍ତ ଶିକ୍ଷକ କାନନବିହାରି ଦାସ(୭୨)ଙ୍କ ପରଲୋକ ଘଟିଛି । ତେବେ ତାଙ୍କରି ସ୍ମୃତିରେ ଆଜି ବୈଦିକ ଯଜ୍ଞମଣ୍ଡପ ଠାରେ କରୋନା କଟକଣା ମଧ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଶିକ୍ଷାବିତ୍ ସନ୍ତୋଷ କୁମାର ରଥଙ୍କ ସଭାପତିତ୍ୱରେ ଅନ୍ୟମାନଙ୍କ ମଧ୍ୟରେ ସରପଂଚ ବିଷ୍ଣୁଚରଣ ଦାସ, ଶିକ୍ଷାବିତ୍ କୃତିବାସ ତ୍ରିପାଠୀ, ରବିନ୍ଦ୍ରନାଥ କର, ଘନଶ୍ୟାମ ଥାଟୋଇ, ପ୍ରଧାନ ଶିକ୍ଷକ ମନୋଜ କୁମାର ଜେନା, ଆଇନ୍‌ଜୀବୀ ରଣଜିତ୍ କୁମାର ମହାନ୍ତି, କମଳାକାନ୍ତ ଦାସ, ପଂଚାନନ ନାୟକ, ଗୌରାଙ୍ଗ କର, ସାମ୍ବାଦିକ ପ୍ରଶାନ୍ତ ସାହୁ, ଜ୍ଞାନେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କ ବିୟୋଗରେ ସ୍ମୃତିଚାରଣ କରିବା ସହିତ ୨ମିନିଟ୍ ନିରବ ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.