ମଦ ବେପାରୀ ଗିରଫ ଓ ବାଇକ ଜବତ।

ଭଦ୍ରକ,(ବସୁନ୍ଧରା) :ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ବନ୍ତ ବ୍ଲକର ବିଭିନ୍ନ ଅଂଚଳର ଦେଶୀ ଓ ବିଦେଶୀ ଚୋରା ମଦ ବେପାରୀଙ୍କ ଠାରୁ ମଦ ଜବତ କରାଯିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ କେନ୍ଦୁଆପଦା ଠାରେ ୫୦ ଲିଟର ମଦ ସହ ଏକ ବାଇକ୍ ଜବତ କରାଯାଇଛି । ଏଥିରେ ବନ୍ତ ଥାନା ଅନ୍ତର୍ଗତ ପଧାନପଡ଼ାର ୨ ଅଭିଯୁକ୍ତ ସୁନୀଲ ମୁଣ୍ଡା ଓ ରାଜା ମୁଣ୍ଡାଙ୍କୁ ଗିରଫ କରାଯାଇ ଜେଲକୁ ପଠାଯାଇଥିବା ବେଳେ କେନ୍ଦୁଝର ଜିଲ୍ଲା ନନ୍ଦୀପଦା ଥାନା ଅନ୍ତର୍ଗତ ଇଂଚଲ ଗ୍ରାମର ସୁଦର୍ଶନ ଜେନା ଓ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ପଧାନପଡ଼ାଶାସନର ପିଣ୍ଟୁ ମୁଣ୍ଡା ଓ ଜୟରାମ ମୁଣ୍ଡାଙ୍କ ଠାରୁ ମଂଜୁରୀରୋଡ଼ ଛକ ଏବଂ ବନ୍ତ ଛକ ନିକଟରୁ ୧୬୦ ଲିଟର ମଦ ସହ ଦୁଇଟି ବାଇକ୍ ଜବତ କରାଯାଇ ଅଭିଯୁକ୍ତ ୩ ଜଣଙ୍କୁ ଗିରଫ କରିବା ସହ ଜେଲକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.