ତାଲା ବନ୍ଦରେ ଚାଲିଛି ଦେଶୀ ମଦ କାରବାର । ମାଲେ ମାଲ୍ ହେଉଛନ୍ତି ମଦ ବେପାରୀ।

କଳାହାଣ୍ଡି (ବସୁନ୍ଧରା) କଲାହାଣ୍ଡି ଜିଲ୍ଲା କର୍ଲlମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଗ୍ରାମରେ ଚାଲିଛି ,ଖୁଲମ ଖୁଲା ନିଶା ବ୍ୟବସାୟ, l ସାରା ରାଜ୍ୟରେ କରୋଣା ମହାମାରୀରୁ ରକ୍ଷା ପାଇବା ପାଇଁ ତାଲା ବନ୍ଦ ଘୋଷଣା କରିଛନ୍ତି ସରକାର l ଏପରିକି ଯାତ୍ରୀବାହୀ ଯାନବାହନ ଚଳାଚଳ ବନ୍ଦ ସାଙ୍ଗକୁ ଅତ୍ୟାବଶ୍ୟକ ଦୋକାନକୁ ବାତ୍ ଦେଲେ ସମସ୍ତ ଦୋକାନ ବଜାରକୁ ମଧ୍ୟ ବନ୍ଦ ରଖା ଯାଇଛି l କିନ୍ତୁ ରିଷିଡ଼l ଗ୍ରାମ ପଞ୍ଚାୟତରେ ଲୋକ ଦେଶୀ ମଦ ବାହାର ଜିଲ୍ଲା ରୁ ଆଣି ବିକ୍ରି କରୁଥିବା ନଜରକୁ ଆସିଛି l ଏପରି କି ସେମାନଙ୍କ ନାମରେ ବହୁତ ଥାନାରେ ଏକାଧିକ ମାମଲା ରହିଥିବା ବେଳେ କିଏ ମାସେତ କିଏ ଦୁଇ ମାସ ଜେଲ ଦଣ୍ଡ ଭୋଗକରି କଣ୍ଡିସନ୍ ବେଲରେ ଆସୁଛନ୍ତି l ତଥାପି ଏଠାରେ ପୂର୍ବ ସୂଚନା ଅନୁଯାୟୀ ମ.ରାମପୁର ଥାନାରୁ କିଛି ଅଫିସର ଲାଞ୍ଚ ନେଉଥିବା ବିଷୟକୁ ଓ ସେମାନଙ୍କୁ କୋଟ ଚାଲାଣ ହେଇଥିବା ମଧ୍ୟ ଚର୍ଚ୍ଚାର ବିଷୟ ହେଉଛି ।

ଏହି ଅଞ୍ଚଳ ଲୋକେ ପୋଲିସ ଓ ଥାନା ପ୍ରତି ବିଶ୍ଵାସ ତୁଟି ଯାଉଥିବାର ଜଣା ପଡ଼ିଛି l ରକ୍ଷକ ଯଦି ଭକ୍ଷକ ସାଜେ , ଜନତା ଭରସା କରିବେ କାହାକୁ l ଏଣୁ ଏହି ଅଞ୍ଚଳରେ ବିଭିନ୍ନ ଅପରାଧ କାମ ହେଉଥିବା ବାରମ୍ବାର ଥାନା ମାନଙ୍କରେ ଏତଲା ହେଉଛି । ସେଥିପାଇଁ ଏ ‘ ଅଞ୍ଚଳରେ ଦିନ ଦି ପହରରେ ଖୁଲମ ଖୁଲାରେ ଚାଲିଛି ଦେଶୀ ମଦ ବିକିରି l ତେବେ ସରକାର ଏସବୁକୁ ବନ୍ଦ କରିବା ପାଇଁ ପୋଲିସ ଓ ଅଭକାରୀ ବିଭାଗକୁ ଦାୟିତ୍ୱ ଦେଇଛନ୍ତି କିନ୍ତୁ ଅଭକାରୀ ବିଭାଗର ବାବୁମାନଙ୍କର ଦେଖାନାହିଁ କି ଦୃଷ୍ଟି ଗୋଚର୍ରେ ଆସୁନି, ନା’ ଜାଣି ଶୁଣି ଭାଟି ମାଲିକଙ୍କ ସହ ରହିଛି ମଧୁ୍ଚଦ୍ରିକା l ଯାହାକୁ ନେଇ ବୁଦ୍ଧିଜୀବୀ ଙ୍କ ମହଲରେ ବହୁତ ଅସନ୍ତୋଷ ପ୍ରକାଶ ପାଇଛି l

ଏଣୁ କର୍ଲlମୁଣ୍ଡା ବ୍ଲକ ରିଷିଡ଼l ଗ୍ରାମପଞ୍ଚାୟତ ଋଷିଡା ହେଉଛି ଗୋଟିଏ ରାଜସ୍ବ ଗ୍ରାମ ଏଣୁ ଏ’ ଅଞ୍ଚଳରେ ବାରମ୍ବାର ଦେଶୀ ମଦ ବାହାର ଜିଲ୍ଲାରୁ ଆସୁଛି ଏ ‘ ବିଷୟକୁ ନେଇକି କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକାରୀ ବା S.P ମହୋଦୟ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମ୍ଯଉନ୍ନୟନ କମିଟି ଓ ଶିକ୍ଷିତ ଯୁବକ ଗୋଷ୍ଠି ଦାବି ଜଣାଉଛି l

କଲହାଣ୍ଡିରୁ ନୃପରାଜ ସାହୁଙ୍କ ରିପୋର୍ଟ ବସୁନ୍ଧରା ନିୟୁଜ ଓଡ଼ିଶା ।

Leave A Reply

Your email address will not be published.

10 + thirteen =