ଟିକା ନେଲାପରେ ବି ସିପାହୀଙ୍କ ମୃତ୍ୟୁ।

ଭୁବନେଶ୍ବର ,(ବସୁନ୍ଧରା): ଓଡ଼ିଶା କରୋନା ଗ୍ରାଫ୍ ତଳମୁହାଁ ହୋଇଥିବା ବେଳେ ରେକର୍ଡ ଭାଙ୍ଗୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୪ ଜୀବନ ନେଲା ମହାମାରୀ କରୋନା । ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୨ ହଜାର ୬୧୮କୁ ବୃଦ୍ଧି । ଅନୁଗୁଳରୁ ସର୍ବାଧିକ ୫ ଜଣ ଲେଖାଏଁ କୋଭିଡ ରୋଗୀ ମୃତ ହୋଇଛି।ଦିନକରେ ଆଉ ୬ ହଜାର ୭୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୭୭୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨ହଜାର ୯୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ୭,୩୨,୭୩୯ କୁ ବୃଦ୍ଧି ପାଇଛି ।

ଏହାରି ମଧ୍ୟରେ କରୋନା ଯୋଧ୍ୟା କୁହାଯାଉଥିବା ପୋଲିସ କମିଶନେରଟେ ଓ ଏସ ଏ ପି ୭ମ ବାଟାଲିୟନରେ କାର୍ଯ୍ୟରତ ଶ୍ରୀ ହେମନ୍ତ କୁମାର ପ୍ରଧାନ କରୋନା ମହାମାରୀରେ ସଂକ୍ରମିତ ହୋଇ ଭୁବନେଶ୍ୱରର କିମସ ମେଡିକାଲରେ ଚିକିତ୍ସା ହେଉଥିଲେ କିନ୍ତୁ ହଟାତ ଆଜି ତାଙ୍କ ଶରୀର ବହୁତ ଅସୁସ୍ଥ ହେବାରୁ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଗଲା, ଏହା ଓଡିଶା ପୋଲିସରେ ପ୍ରଥମ ଘଟଣା ଯାହାକି ଦ୍ୱିତୀୟ ଡୋଜ ଟିକା ନେବା ପରେ ଦେହାନ୍ତ ହେଲା । ଏହି ଘଟଣାରେ ୭ମ ବାଟାଲିୟନ ରେ ଶୋକର ଛାୟା ଛାୟା ଖେଳିଯିବା ସହ ପରିବାର ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହେଉଛି ଏହି ଘଟଣାରେ ଶ୍ରୀ ପ୍ରଧାନଙ୍କ ପରିବାର ଲୋକଙ୍କ ପାଖରେ ୭ମ ବାଟାଲିୟନ ର ପୂର୍ବତନ ସଙ୍ଘର ସଭାପତି ମାନସ ରଞ୍ଜନ ସାହୁ, ବଂଶୀଧର ସିଂ,ଦୁର୍ଗାପ୍ରସାଦ ଦାଶ, ବିନୋଦ ବଳ, ରାଜେନ୍ଦ୍ର ମଲ୍ଲିକ, ସଞ୍ଜୟ ବଳ, ରମେଶ ମହାପାତ୍ର ଏବଂ ଶାଖା ସଂଘର କର୍ମ କର୍ତ୍ତା ପହଞ୍ଚି ପରିବାର ଲୋକଙ୍କୁ ସମାବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମାନା କରିଛନ୍ତି।

Leave A Reply

Your email address will not be published.