୩୧୦ ଲିଟର ଦେଶୀ ରନ୍ଧା ମଦ ସହିତ ଜିଞ୍ଜର ଜବତ ୦୬ ଗିରଫ ।

ଭଦ୍ରକ,(ବସୁନ୍ଧରା) :ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଉପ-ଜିଲ୍ଲାପାଳ ଶ୍ରୀ ପିତାମ୍ବର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ କ୍ଷୀତିସ ଦାସ ଏବଂ ଭଦ୍ରକ ଭାମ୍ୟମାଣ ସ୍କ୍ୱାଡ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ବାସୁଦେବପୁର ଥାନା ଅନ୍ତର୍ଗତ ଇରମ, ଅଢୁଆଁ,ପଢୁଆଁ ,କୁମାରପୁର ଓ ଗୁଆଗଡ଼ିଆ ଗ୍ରାମ ଅଞ୍ଚଳରେ ଚଢାଉ କରାଯାଇ ମୋଟ ୩୧୦ ଲିଟର ଦେଶୀ ରନ୍ଧା ମଦ ଓ ୧୪.୮୫୦ ଲିଟର ଜିଞ୍ଜର ଜବତ କରିବା ସହିତ ଏଥିରେ ସଂପୃକ୍ତ ମୋଟ ୦୬ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ଇରମ ଗ୍ରାମର ଶ୍ରୀହରି ଦାସ ଓ ରମାକାନ୍ତ ଦାସ , ଅଢୁଆଁ ଗ୍ରାମର ବୁଲୁ ମଲ୍ଲିକ ଓ କପିଳ ମଲ୍ଲିକ ଏବଂ କୁମାରପୁର ଗ୍ରାମର ପ୍ରଦୀପ ପଣ୍ଡା ଓ ବସନ୍ତ କୁମାର ନାୟକ । ଜବତ ମଦ ଓ ଜିଞ୍ଜର ର ଆନୁମାନିକ ମୂଲ୍ୟ ୦୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ୍‌.ଆଇ ପ୍ରହଲ୍ଲାଦ ସାମଲ,ଭବେଶ ଦାସ, ପୁରୁଷୋତ୍ତମ ମଲ୍ଲିକ,ଦୀପକ କୁମାର ରାଉତ ଓ କନେଷ୍ଟବଳ ପ୍ରଦୀପ ମଲ୍ଲିକ,ମୁରଲୀ ପ୍ରଧାନ, ପରେଶ ଟୁଡୁ, ଜେମାମଣି ଜାମୁଡା ପ୍ରଭୃତି ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ୬ଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି।

Leave A Reply

Your email address will not be published.