ବିଶ୍ୱ ସଡକ ସୁରକ୍ଷା ସପ୍ତାହର ଆହ୍ୱାନ, ସହରରେ ଗତି ସୀମା ହେଉ ୩୦ କି.ମି. ।

କଟକ,(ବସୁନ୍ଧରା): ଦ୍ରୁତଗତିରେ ଗାଡି ଚାଳନା ଦୁର୍ଘଟଣାର ମୁଖ୍ୟ କାରଣ ସଡକ ଦୁର୍ଘଟଣାକୁ ରୋକିବା ପାଇଁ ଜନସାଧରଣ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥିବା ଅଗ୍ରଣୀ ସଛାସେବୀ ଅନୁଷ୍ଠାନ ଫୋରମ ଫର ପ୍ରେବେନସନ ଅଫ ରୋଡ ଆସିଚିଡେଣ୍ଟସ ତରଫରୁ ଦ୍ରୁତଗାଟି ନିୟନ୍ତ୍ରଣ ବିଷୟରେ ଏକ ବେବିନାର ଆୟୋଜନ କରାଯାଇଥିଲା I ଏହାକୁ ସଂଚାଳନ କରିଥିଲେ ଫୋରମ ର ସମ୍ପାଦିକା ଲିପ୍ସା ମହାପାତ୍ର I ମିଳିତ ଜାତିସଂଘ ର ବିଶ୍ୱ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏହି କାର୍ଯକ୍ରମେ ଆୟୋଜନ କରାଯଇଥିଲା ଏହି ବେବିନାର ରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୁଦନ ପାଢ଼ୀ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ନୂଆଦିଲ୍ଲୀ ସ୍ଥିତ ସେଣ୍ଟ୍ରାଲ ରୋଡ ରିସର୍ଚ୍ଚ ଅନୁଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡ଼. ଏ. ମୋହନ ରାଓ, ରାଜସ୍ଥାନ ଭୀଲବାଡା ଜିଲାର ପରିବହନ ଅଧିକାରୀ ଡ଼. ବୀରେନ୍ଦେର ସିଂ ରାଥୋଡ, ଭାରତ ସରକାରଙ୍କ ପରିବହନ ଓ ଜଟିଆ ରାଜପଥ ମନ୍ତ୍ରଣାଳୟ ର ଅତିରିକ୍ତ ନିର୍ଦେଶକ ଇ. ଧର୍ମାନନ୍ଦ ଷଡ଼ଙ୍ଗୀ ଯୋଗଦେଇ ଗଡ଼ିମାନଙ୍କର ବେଗ ନିୟନ୍ତ୍ରଣ କରିବାର ଉପାୟ ଉପରେ ଆଲୋଚନା କରିଥିଲେ I

ରାସ୍ତା ଦ୍ରୁତ ଗତି କାରଣରୁ ମୃତ୍ୟୁର ଜନ୍ତାରେ ପରିଣତ ହେଉଛି। 2019 ମସିହାରେ, ଓଡିଶାରେ ସମୁଦାୟ 11,064 ସଡ଼କ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ 11,177 ଲୋକ ଆହତ ହୋଇଥିଲେ ଏବଂ 5,333 ଲୋକ ପ୍ରାଣ ହରାଇଥିଲେ I ଏହି ସଡ଼କ-ଦୁର୍ଘଟଣା ମଧ୍ୟରୁ ଯାନବାହାନର ଦ୍ରୁତ ଗତିରେ ପ୍ରାୟ 69% ଲୋକ ପ୍ରାଣ ହରାଇଛନ୍ତି। ଯଦି ଆମେ ଭୁବନେଶ୍ୱର-କଟକ ଯୁଗ୍ମ ସହରର ଉଦାହରଣ ନେବା, ସର୍ବାଧିକ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁ ପଛରେ ସବୁଠାରୁ ବଡ କାରଣ ହେଲା, ଦ୍ରୁତ ଗତି I 2019 ମସିହାରେ ଭୁବନେଶ୍ୱର-କଟକ ସହରରେ 1,051 ସଡ଼କ ଦୁର୍ଘଟଣାରେ ପ୍ରାୟ 337 ଜଣ ପ୍ରାଣ ହରାଇଛନ୍ତି I ଦ୍ରୁତ ଗତି କାରଣରୁ ଏହି ସହର ଦୁଇଟିରେ 52% ସଡ଼କ ଦୁର୍ଘଟଣା ଘଟିଛି I ଫୋରମ ର ସମ୍ପାଦିକା ଲିପ୍ସା ମହାପାତ୍ର କହିଥିଲେ ଯେ, ସହରରେ ଚଳାଚଳ କରୁଥିବା ଯାନବାହାନ ଗୁଡିକର ଗତି ସୀମା ଘଂଟାପ୍ରତି 30 କିଲୋମେଟର ହେଲେ ଆମେ ଅନକପରିମାଣରେ ଦୁର୍ଘଟଣା କୁ କମାଇପାରିବI I ଏହି କାର୍ଯକ୍ରମ ରେ ପୋଲିସ ଓ ପରିବହନ ଅଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ପ୍ରେସ୍ ଆଣ୍ଡ ମେଡିଆ ବନ୍ଧୁ, କଲେଜ ଯୁବକ ଓ ଯୁବତୀ, ସହରମାନଙ୍କର ଅନେକ ବୁଦ୍ଧିଜୀବି ଯୋଗ ଦେଇଥିଲେ I ଧନ୍ୟବାଦ ଦେଇଥିଲେ ଫୋରୁମର ଉପଦେଷ୍ଟା ବିକାଶ ମହାପାତ୍ର I

Leave A Reply

Your email address will not be published.