୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ୩ ଗିରଫ।

ଭଦ୍ରକ,(ବସୁନ୍ଧରା) : ବ୍ରାଉନସୁଗର ଚାଲାଣ ବେଳେ ଧରିଲା ପୋଲିସ । ଭଦ୍ରକ ଜିଲ୍ଲା ଚରମ୍ପା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଧାମରା ରେଲଓ୍ୱେ ଓଭର ବ୍ରିଜ ପାଖରୁ ୨୮୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ଏହି ଘଟଣାରେ ତିନି ଜଣ ବେପାରୀଙ୍କୁ ବାନ୍ଧିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ସେମାନେ ହେଲେ ଭଦ୍ରକ ଜିଲ୍ଲାର ଶେଖ ଇମରାନ୍, ମହେଶ ରାଉତ ଓ ଫକିର ମୋହନ ଜେନା । ସେମାନଙ୍କ ପାଖରୁ ବ୍ରାଉନସୁଗର ସମେତ ବନ୍ଧୁକ,କତା,ଏକ ନମ୍ବର ନଥିବା ସ୍କୁଟି, ୩ ହଜାର ଟଙ୍କା ବି ଜବତ କରିଛି ପୋଲିସ । ଜଳେଶ୍ୱରରୁ ଭଦ୍ରକକୁ ବ୍ରାଉନସୁଗର ନେଇ ଆସୁଥିଲେ ଏହି ତିନି ଅଭିଯୁକ୍ତ । ଏକ ନମ୍ୱର ବିହୀନ ସ୍କୁଟିରେ ଆସୁଥିବାର ଭଦ୍ରକ ଗ୍ରାମାଂଚଳ ଥାନା ଅଧିକାରୀ ଆଲୋକ ଜେନା ଖବର ପାଇ ଚରମ୍ପା ନିକଟରେ ପହଞ୍ଚି ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ । ଯାଞ ସମୟରେ ସେମାନଙ୍କ ଠାରୁ ଜବତ ହୋଇଥିଲା ବ୍ରାଉନସୁଗର । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ।ପୋଲିସ ଏହି ଘଟଣାରେ ଅଧିକ ଖୋଳତାଡ ଜାରି ରଖିଛି । ବ୍ରାଉନସୁଗର ରାକେଟ୍ କେଉଁ ଯାଏ ଲମ୍ବିଛି ଓ ଆଉ କେଉଁମାନେ ଏଥିରେ ସାମିଲ ଅଛନ୍ତି ? କେଉଁଠୁ ଆଣୁଥିଲେ ବ୍ରାଉନସୁଗର ଓ କେଉଁଆଡ଼େ ଚାଲାଣ କରନ୍ତି ସେନେଇ ଅଧିକ ଖୋଳତାଡ ଜାରି ରହିଛି ବୋଲି କହିଛନ୍ତି ଭଦ୍ରକର ଅତିରିକ୍ତ ଏସପି ।

Leave A Reply

Your email address will not be published.

4 + 15 =