ବାଲେଶ୍ୱରରେ ଲ୍ୟାଣ୍ଡଫଲ୍ କରିବ ୟଶ୍।

ଭୁବନେଶ୍ୱର,(ବସୁନ୍ଧରା): ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା ୟଶ୍ । ତେବେ ଏହା ବର୍ତ୍ତମାନର ସୂଚନା ଅନୁସାରେ ବାତ୍ୟା ବାଲେଶ୍ୱର ପାଖରେ ଳ୍ୟାଣ୍ଡଫଲ୍ କରିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ପାରାଦୀପ ଏବଂ ସାଗର ଦ୍ୱୀପ ମଝିରେ ଲ୍ୟାଣ୍ଡଫଲ୍ କରିବ ବୋଲି ସୂଚନା ଦିଆଯାଇଛି । ତେବେ ଏହାର ପ୍ରଭାବରେ ବର୍ତ୍ତମାନ ଠାରୁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇସାରିଲାଣି । ବାତ୍ୟା ପାଖେଇ ଆସିବା ସହିତ ବର୍ଷା ମଧ୍ୟ ଜୋରରେ ହେବ । ଏହାସହ ପବନର ବେଗ ମଧ୍ୟ ବଢ଼ିବ । ବିଶେଷ କରି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱରରେ ବାତ୍ୟାର ଅଧିକ ପ୍ରଭାବ ରହିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.