ଫ୍ରି‐ଫାୟାର ଗେମ୍ ଖେଳିବା ହେଲା କାଳ,ବେକରେ ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା ।

ଭଦ୍ରକ,(ବସୁନ୍ଧରା) :ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳିବା ହେଲା କାଳ, ରାତିରେ ଗେମ୍ ଖେଳ ଆଉ ତାପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାରୁଦେବପୁର ବ୍ଲକ ବିଦେଇପୁର ଗ୍ରାମପଞ୍ଚାୟତ ଗଦି ଗ୍ରାମରେ । ସେହି ଗ୍ରାମର ନରହରି ନାୟକଙ୍କ ପୁଅ ଶ୍ରୀତମ ନାୟକ ନାମକ ଜଣେ ୨୨ ବର୍ଷୀୟ ଯୁବକ ରାତିରେ ୨ଜଣ ସାଙ୍ଗଙ୍କ ସହ ରାତିରେ ମୋବାଇଲରେ ଗୋଟିଏ ଘରେ ଫ୍ରି‐ଫାୟାର ଗେମ୍ ଖେଳୁଥିଲେ।କୌଣସି କାରଣରୁ ରାତିରେ ଶୋଇଥିବା ଘର ଆଗରେ ଥିବା ଗୋଟିଏ ଗଛରେ ରଶିରେ ଝୁଲୁ ଥିବାର ଭୋର ସମୟରେ ସାଙ୍ଗ ମାନେ ଦେଖିବାକୁ ପାଇଥିଲେ।ସାଙ୍ଗ ମାନେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।ପରିଲୋକ ଲୋକେ ପହଁଚି ତାକୁ ଉଦ୍ଧାର କଲା ବେଳକୁ ଶ୍ରୀତମଙ୍କ ପ୍ରଣବାୟୁ ଚାଲିଥିଲା ।ଘଟଣା ସ୍ଥଳରେ କଶିଆ ସାମୁଦ୍ରିକ ଥାନା ପହଁଚି ଶବ ଜବତ କରିବା ସହ ଘଟଣାର ତନ୍ଦନ୍ତ ଚଳାଇଛି।

ବାସୁଦେବପୁରରୁ କ୍ଷେତ୍ରମୋହନ ମହାକୁଡ଼ଙ୍କ ରିପୋର୍ଟ।

Leave A Reply

Your email address will not be published.

sixteen − five =