ବିଶ୍ୱ ପ୍ରସିଦ୍ଧ ପରିବେଶବିତ ସୁନ୍ଦରଲାଲ କରୋନାରେ ମୃତ୍ୟୁ।

ନୂଆଦିଲ୍ଲୀ,(ବସୁନ୍ଧରା) ଚିପକୋ ଆନ୍ଦୋଳନର ଅନ୍ୟତମ ପ୍ରଭାରୀ ତଥା ବିଶ୍ୱ ପ୍ରସିଦ୍ଧ ପରିବେଶବିତ ସୁନ୍ଦରଲାଲ ବହୁଗୁଣା ଆଜି ଆମ ଗହଣରେ ନାହାନ୍ତି । ଏମ୍ସରେ ଚିକିତ୍ସିତ ଅବସ୍ଥାରେ ୯୫ ବର୍ଷ ବୟସରେ ସେ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେ ଅନେକ ବର୍ଷ ଧରି ହିମାଳୟରେ ଜଙ୍ଗଲ ସଂରକ୍ଷଣ ନେଇ ସଂଗ୍ରାମ ଚଳାଇଥିଲେ । ୧୯୭୦ ଦଶକରେ ସେ ଗଛ କଟାକୁ ବିରୋଧ କରି ଚିପକୋ ଆନ୍ଦୋଳନର ଶୁଭାରମ୍ଭ କରିଥିଲେ । ବହୁଗୁଣାଙ୍କ ଆନ୍ଦୋଳନର ଫଳସ୍ୱରୂପ ସରକାର ୧୫ ବର୍ଷ ପର୍ଯ୍ୟନ୍ତ ଗଛ କାଟିବା ନେଇ ରୋକ ଲଗାଇଥିଲେ । ପରିବେଶ ସୁରକ୍ଷା ପାଇଁ ଜନଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ୧୯୮୧ରୁ ୧୯୮୩ ପର୍ଯ୍ୟନ୍ତ କାଶ୍ମୀରରୁ କୋହିମା ପର୍ଯ୍ୟନ୍ତ ଐତିହାସିକ ପଦଯାତ୍ରା କରିଥିଲେ । ଭାରତ ସରକାରଙ୍କ ଦ୍ୱାରା ସେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ । ତାଙ୍କର ମୃତ୍ୟୁରେ ସମଗ୍ର ବିଶ୍ୱ ଜଣେ ପରିବେଶ ରକ୍ଷକଙ୍କୁ ହରାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବହୁ ବରିଷ୍ଠ ବ୍ୟକ୍ତିମାନେ ତାଙ୍କର ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.

three × three =