କୋଭିଡ଼ ଟେଷ୍ଟିଂ ହାର ବଢାଇବାକୁ ଦାବି କଲେ ବିଜେପି ନେତ୍ରୀ ମନସ୍ମିତା ।

ଭଦ୍ରକ,(ବସୁନ୍ଧରା) : ଭଦ୍ରକ ଜିଲ୍ଲାରେ କୋଭିଡ଼ ଟେଷ୍ଟିଂ ହାର ବଢାିବାକୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ ଜିଲ୍ଳାପାଳଙ୍କୁ ଦାବି କରିଛନ୍ତି । ସଂପ୍ରତି କରୋନା ମହାମାରୀ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଂଟକୁ ଗୁରୁତ୍ୱ ଦେଇ ଆସୁଛନ୍ତି । ସେପରି ସ୍ଥଳେ ଭଦ୍ରକ ଜିଲ୍ଳାର ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ସିଏଚ୍‌ସି, ପିଏଚ୍‌ସି ଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଲୋକେ ସାଧାରଣ ରୋଗର ଚିକିତ୍ସା ପାଇଁ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଉ ନାହାନ୍ତି । ଏପରିସ୍ଥଳେ ଭଦ୍ରକ ଜିଲ୍ଲାର ବହୁ ସାଧାରଣ ଲୋକ କୋଭିଡ଼ ଆକ୍ରାନ୍ତ ଥାଇ ମଧ୍ୟ ଭୟରେ ଟେଷ୍ଟିଂ କରୁନାହାନ୍ତିି । ଫଳରେ ସେହିମାନଙ୍କ ଦ୍ୱାରା ବ୍ୟାପକ ଭାବେ କରୋନା ସଂକ୍ରମିତ ହେଉଛି । ଏଥିପାଇଁ ଜିଲ୍ଲା ଓ ବ୍ଲକ ସ୍ତରରେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବା ପାଇଁ ସେ ଜିଲ୍ଲାପାଳଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି । ରାଜ୍ୟରେ ଜନସଂଖ୍ୟା ତୁଳନାରେ ପ୍ରତ୍ୟେକ ଦିନ ଲକ୍ଷେରେ ୧୨୦ ଜଣଙ୍କୁ ଟେଷ୍ଟିଙ୍ଗ ହେବା ବେଳେ ଭଦ୍ରକ ଜିଲ୍ଲାରେ ପ୍ରତ୍ୟେକ ଦିନ ଲକ୍ଷେରେ ୧୦୦ ଜଣଙ୍କୁ ଟେଷ୍ଟ କରାଯାଉଛି ଏହା ନିଶ୍ଚିତ ଭାବରେ ରାଜ୍ୟ ଠାରୁ ବହୁତ କମ,ଜିଲ୍ଲାରେ ଟେଷ୍ଟିଙ୍ଗ ବଢ଼ାଗଲେ କୋରନା ରୋଗୀ ଚିହ୍ନଟ ହେବେ ଟ୍ରେସିଂ ମାଧ୍ୟମରେ ସଂକ୍ରମଣ ରୋକା ଯାଇ ପାରିବ । ସମ୍ପ୍ରତି କରୋନା ସଂକ୍ରମଣ ସହରରୁ ଗାଁ ମୁହାଁ, ଗାଁ ମାନଙ୍କରେ ସଚେତନତା ଅଭାବ ତଥା ନିୟମ କଡାକଡି ନ ହେବା ଯୋଗୁଁ ସଂକ୍ରମଣ ବଢ଼ିବାରେ ଲାଗିଛି । ଲୋକମାନେ ଭୟଭିତ ହୋଇ ଟେଷ୍ଟ ମଧ୍ୟ କରାଉନାହାନ୍ତି,ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ ମୋବାଇଲ ଭ୍ୟାନ ମାଧ୍ୟମରେ ଗାଁ ଗାଁ ରେ ଟେଷ୍ଟି କରାଯାଉ ଓ ସେମାନଙ୍କର ଟ୍ରିଟମେଂଟ ବ୍ୟବସ୍ଥା କରାଯାଉ । ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ରୋକିବା ପାଇଁ ଭଦ୍ରକରେ ପ୍ରତ୍ୟେକ ପଂଚାୟତ ସ୍ତରରେ ସଂଗରୋଧ କେନ୍ଦ୍ର କରାଯାଉ ବୋଲଇ ଦାବି ଉପସ୍ଥାପନ କରିଛନ୍ତି ।

Leave A Reply

Your email address will not be published.