ପାଟ୍ରୋଲିଂ ସମୟରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ।

ଟିଟିଲାଗଡ,(ବସୁନ୍ଧରା): ପାଟ୍ରୋଲିଂ ସମୟରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଟିଟିଲାଗଡର ରେଙ୍ଗାଲିବାହାଲ ପାଖରେ ଘଟିଯାଇଛି । ଡ୍ୟୁଟି କରିବା ବେଳେ ଫରେଷ୍ଟ ଗାର୍ଡ ଜଟିଆ ରାଣାଙ୍କ ମୃତ୍ୟୁ ହୋଇଛି । ରାତିରେ ଦୁର୍ବୃତ୍ତମାନେ ଏହି ଗୁଳିମାଡ କରିଥିବା ଜଣାପଡିଛି । ଦୁର୍ବୃତ୍ତଙ୍କ ଗୁଳି ଫରେଷ୍ଟ ଗାର୍ଡଙ୍କ ପେଟରେ ବାଜିଥିବା ବେଳେ ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । କିନ୍ତୁ ସଇଁତଳା ମେଡିକାଲର ଡାକ୍ତର ଫରେଷ୍ଟ ଗାର୍ଡଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

Leave A Reply

Your email address will not be published.