ଭଦ୍ରକ ସହରରେ ବିଧାୟକଙ୍କ ଦ୍ୱାରା ଖାଦ୍ୟ ବଣ୍ଟନ ।

ଭଦ୍ରକ,(ବସୁନ୍ଧରା) : ଭଦ୍ରକ ମେଡିକାଲ, ଷ୍ଟେସନ ଓ ସହରରେ ବିଧାୟକ ସଞ୍ଜିବ ମଲ୍ଲିକଙ୍କ ଦ୍ୱାରା ଆଜିଠାରୁ ଏକମାସ ଧରି ଅସହାୟ ଓ ଗରିବଙ୍କ ପାଇଁ ନିଶୁଳ୍କ ଭୋଜନ ସେବାର ଶୁଭାରମ୍ଭ କରାଯାଇଛି । ମୁଖ୍ୟତଃ ଭଦ୍ରକ ଡାକ୍ତରଖାନାରେ ରୋଗୀ ଓ ସେମାନଙ୍କ ପରିବାର ଏହି ତାଲାବନ୍ଦ ସମୟରେ ବଜାର ବନ୍ଦ ପାଇଁ ଖାଦ୍ୟ ଖାଇବାରେ ବଂଚିତ ହେଉଥିଲେ । ଏବଂ ଖାଇବା ପାଇଁ ଅନେକ ସମସ୍ୟା ସୃଷ୍ଟି ହେଉଥିଲା । ବିଧାୟକ ଏପରି ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ଏହି ଖାଦ୍ୟ ବ୍ୟବସ୍ଥାର କରିଛନ୍ତି । ଏକାସାଙ୍ଗରେ ଚରମ୍ପା ଷ୍ଟେସନ, ବନ୍ତଛକ ଓ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ପ୍ରଥମେ ଆଜି ଖାଦ୍ୟ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା । ଏଥିରେ ସାମ୍ବାଦିକ ଭାଇମାନେ ମଧ୍ୟ ସହଯୋଗ କରିଥିଲେ । ଏହି ତାଲାବନ୍ଦକୁ ଦୃଷ୍ଟିରେ ରଖି ଦୀର୍ଘ ଏକମାସ ଧରି ସକାଳେ ଓ ରାତ୍ରି ସମୟରେ ଏହି ଖାଦ୍ୟ ବ୍ୟବସ୍ଥା କରାଯିବ ବୋଲି ବିଧାୟକ କହିଛନ୍ତି । ଭଦ୍ରକ ମେଡିକାଲ ଭିତରେ ରୋଗୀମାନଙ୍କ ସଂପର୍କୀୟ ଓ ଗରିବ ଲୋକମାନେ ଚିକିତ୍ସିତ ସମୟରେ ଏହାର ସୁବିଧା ପାଇପାରିବେ ।

Leave A Reply

Your email address will not be published.

4 × 5 =