ସାତ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ବ୍ଲକ ପ୍ରଶାସନ ।

ଭଦ୍ରକ,(ବସୁନ୍ଧରା) : କରୋନାର ଦିତୀୟ ଲହରର ଭୟାବହ ବଢିଚାଲିଥିବାବେଳେ ବାସୁଦେବପୁର ବ୍ଲକରେ ସଂକ୍ରମଣ ହାର ଦିନକୁ ଦିନ ବଢୁଛି।ଆଜି ପୁଣି ନୂଆ କରୋନା ଆକ୍ରାନ୍ତ ବିଭିନ୍ନ ପଞ୍ଚାୟତରୁ ଚିହ୍ନଟ ହେବାପରେ ସାତଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବାସୁଦେବପୁର ବ୍ଲକ ପ୍ରଶାସନ।ପଞ୍ଚାୟତର ପ୍ରବେଶ ପଥକୁ ବେରିକେଡ କରା ଯିବ, ଶନିବାର ରବିବାରକୁ ଛାଡି ଅତ୍ଯାବଶକୀୟ ସାମଗ୍ରୀ ସରପଞ୍ଚଙ୍କ ମାଧ୍ୟମରେ ସକାଳ ୭ରୁ୧୧ ମଧ୍ଯରେ ହୋମଡେଲିଭରି କରିବେ।ସରପଞ୍ଚଙ୍କ ଅନୁମତିରେ ମେଡିସିନି ଦୋକାନୀ ମାନେ ହୋମଡେଲିଭରି କରିପାରିବେ।ଏଥି ସହ ୭ ସାତ ପଞ୍ଚାୟତର ପ୍ରଶାସନିକ ସ୍ତରରେ ଅଫିସର ମାନଙ୍କୁ ଦାୟୀତ୍ୱ ଦିଆଯାଇଥିବା ସୂଚନା ଦେଇଛନ୍ତି ବାସୁଦେବପୁର ବିଡିଓ ପ୍ରଣବ ବେହେରା।କଣ୍ଟେନମେଣ୍ଟ ଜୋନ କରାଯାଇଥିବା ପଞ୍ଚାୟତ ଗୁଡିକ ହେଲା ଆର୍ତ୍ତୁଂ,ବିଦେଇପୁର,ଲକ୍ଷ୍ମୀଦାସପୁର,ସୁଗୋ,ଖରିଦାବିନାୟକପୁର,ଚୁଡାମଣି,ଜଗନ୍ନାଥପୁର,

Leave A Reply

Your email address will not be published.

3 × three =