ପିଲାଙ୍କ ଉପରେ ବଢି ଚାଲିଛି କରୋନା ବିପଦ ୯ ବର୍ଷ ପର୍ଯ୍ୟନ୍ତ ୪୦ ହଜାର ଶିଶୁ ପଜିଟିଭ ଚିହ୍ନଟ।

ନୂଆଦିଲ୍ଲୀ,(ବସୁନ୍ଧରା): ଦେଶରେ କରୋନାର ଦ୍ୱିତୀୟ ଲହର ହଇଚଇ ସୃଷ୍ଟି କରିଛି । ସବୁ ଦିନ କରୋନା ନୂଆ ରେକର୍ଡ ସୃଷ୍ଟି କରିଛି । ଗତ କିଛି ଦିନ ପଜିଟିଭ ମାମଲା ହ୍ରାସ ପାଉଥିଲେ ବି ବିପଦ ଟଳିନାହିଁ । ଦ୍ୱିତୀୟ ଲହରରେ ବହୁ ସଂଖ୍ୟକ ଶିଶୁ ସଂକ୍ରମିତ ହେଉଛନ୍ତି, ଯାହାକି ଚିନ୍ତାର ବିଷୟ ପାଲଟିଛି । କର୍ଣ୍ଣାଟକ ଭଳି ରାଜ୍ୟରେ ଗତ ୨ ମାସ ମଧ୍ୟରେ ୯ ବର୍ଷରୁ କମ୍ ବୟସର ୪୦ ହଜାରରୁ ଅଧିକ ଶିଶୁ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ କର୍ଣ୍ଣାଟକରେ ବଢୁଥିବା ମାମଲା ସରକାରଙ୍କ ନିଦ ହଜାଇଦେଇଛି । କରୋନା ଆକଳନ ଅନୁସାରେ, କର୍ଣ୍ଣାଟକରେ ୦-୯ ବର୍ଷ ବୟସର ୩୯,୮୪୬ ଓ ୧୦-୧୯ ବୟସର ୧,୦୫,୦୪୪ ପିଲା କରୋନା କବଜାକୁ ଆସିଛନ୍ତି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଶିଶୁ ଅଧିକ ମାତ୍ରାରେ ସଂକ୍ରମିତ ହୋଇଛନ୍ତି । ଫଳରେ କରୋନାର ଦ୍ୱିତୀୟ ଲହରରେ ଶିଶୁମାନଙ୍କ ପ୍ରତି ଅଧିକ ବିପଦ ଥିବା କୁହାଯାଉଛି । ଗତବର୍ଷ ତୁଳନାରେ ଦ୍ୱିତୀୟ ଲହରରେ ପିଲାମାନେ ୨ଗୁଣ ସଂକ୍ରମିତ ହେଉଛନ୍ତି ।

Leave A Reply

Your email address will not be published.