୧୫୦ ଲିଟର ଦେଶୀ ମଦ ଜବତ ୨ ଗିରଫ ।

ଭଦ୍ରକ,(ବସୁନ୍ଧରା) : ଭଦ୍ରକ ଜିଲା ଅବକାରୀ ବିଭାଗ ଚଢାଉ କରି ୧୫୦ ଲିଟର ଦେଶୀ ମଦ ଜବତ କରିଥିବାବେଳେ ୨ ଜଣ ଚୋରା ମଦ ବେପାରୀକୁ ଗିରଫ ସହ ୨ଟି ମୋଟର ସାଇକେଲ୍ ଜବତ କରିଛି । ପ୍ରାପ୍ତ ସୂଚନା ଅନୁସାରେ ସାବରଙ୍ଗ ଥାନା ଅନ୍ତର୍ଗତ ଏରଡା ବଜାର ଓ ସାବରଙ୍ଗ ଛକରେ ଚୋରା ମଦ ବେପାର ହେଉଥିବାର ଖବର ପାଇଁ ଭଦ୍ରକ ଜିଲା ଅବକାରୀ ବିଭାଗ ଚଢାଉ କରିଥିଲା । ଏହି ଚଢାଉ ବେଳେ ୧୫୦ ଲିଟର ଦେଶୀ ମଦ ଜବତ ସହ ୨ଟି ମୋଟର ସାଇକେଲ୍‌କୁ ଜବତ କରିଥିବାବେଳେ ଗୋରାମାଟିର ରାଜକିଶୋର ଯେନା ଓ ପାଳିଆବିନ୍ଧାର ଭକ୍ତରଞ୍ଜନ ଦାସଙ୍କୁ ଗିରଫ କରିଥିବାର ଜଣାପଡିଛି ।

Leave A Reply

Your email address will not be published.

five × one =