ସମ୍ଭାବ୍ୟବାତ୍ୟା ୟଶ କୁ ନଜରେ ରଖି ବତ୍ୟା ଆଶ୍ରୟସ୍ଥଳୀର ସ୍ଥିତି ଅନୁଧ୍ୟାନ କଲେ ଭଦ୍ରକ ଜିଲ୍ଲାପାଳ ।

ବାସୁଦେବପୁର,(ବସୁନ୍ଧରା) : ଆସୁଛି ବାତ୍ୟା ୟଶ । ସଜାଗ ରହିବା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏହାକୁ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ଭଦ୍ରକ ଜିଲ୍ଲାପାଳ ଡ. ଜ୍ଞାନ ଦାସ ବାସୁଦେବପୁର ରେ ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରିଛନ୍ତି । ସେଠାରେ ଭିତ୍ତିଭୂମିର ସ୍ଥିତି ପରଖିଛନ୍ତି । କଣ ସବୁ ବ୍ୟବସ୍ଥା ରହିଛି ଯାଞ୍ଚ କରିବା ସହ ସେଠିକାର ଆଶ୍ରୟ ସ୍ଥଳୀ ପରିଚାଳନା କମିଟି ସହ ଆଲୋଚନା ବି କରିଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ । ଏହି ସମୟରେ ତାଙ୍କ ସହ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହି ଓ ବିଡିଓ ପ୍ରଣବ ବେହେରା ଉପସ୍ଥିତ ଥିଲେ । ଆଗକୁ ଯଦି ବାତ୍ୟା ଆସେ ତାହାକୁ କିପରି ମୁକାବିଲା କରାଯିବ ସମୁଦ୍ର କୁଳିଆ ଲୋକମାନଙ୍କୁ କିପରି ଆଶ୍ରୟ ସ୍ଥଳୀରେ ରଖାଯିବ ବିଡ଼ିଓ ଏବଂ ତହସିଲଦାରଙ୍କ ସହିତ ଆଲୋଚନା କରିଥିଲେ ଜିଲ୍ଲାପାଳ

Leave A Reply

Your email address will not be published.