ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତି ଅବସରରେ ବାସୁଦେବପୁର କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ ।

ବାସୁଦେବପୁର,(ବସୁନ୍ଧରା) : ମହାମାରୀ କରୋନାର ପ୍ରୋକପରେ ସାରା ବିଶ୍ବ ଆତଙ୍କିତ । ଦିର୍ଘ ଏକ ବର୍ଷରୁ ଅଧିକ ଦିନ ଧରୀ ଏହି ଅବିଶ୍ୟ ଭୂତାଣୁ ତାର ତାଣ୍ଡବ ରଚି ଚାଲିଛି । ଏବେ କରୋନା ର ଦ୍ଵିତିୟ ଲହର ପାଇଁ ସାରା ଓଡ଼ିଶାକୁ ଲକଡାଉନ ଓ ସଟଡାଉନ ଘୋଷଣା କରାଯାଇଛି । ଏହି ଅବସରରେ ବାସୁଦେବପୁର କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତି ପାଳନ କରାଯାଥିଲା । ଏହି ଅବସରରେ ସହରରେ ବିଭିନ୍ନ ସ୍ଥାନରେ ସାନିଟାଇଜର ସିଞ୍ଚନ , ମାସ୍କ ବଣ୍ଟନ ଓ ସୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ କୁମାର ଦାଶ ଙ୍କ ଅଧ୍ୟକ୍ଷତରେ ବାସୁଦେବପୁର ବ୍ଲକ କଂଗ୍ରେସ କର୍ମୀ ସହରରେ ବୁଲି ବୁଲି ସୁଖିଲା ଖାଦ୍ୟ ଓ ମାସ୍କ୍ ବଣ୍ଟନ କରିଥିଲେ ।

Leave A Reply

Your email address will not be published.