ରାସନ ସହାୟତା ପାଇଁ ଢେଙ୍କାନାଳର ଜିଲ୍ଲା ପ୍ରଶାସନକୁ ନିବେଦନ।

ଢେ଼ଙ୍କାନାଳ,(ବସୁନ୍ଧରା): ଲକ ଡାଉନ ବିଗାଡି ଦେଇଛି ଲୋକଙ୍କ ଜୀବିକା । ସୁଦୂର ଉତ୍ତରାଖଣ୍ଡ ରୁ ଆସି ଜାଡ଼ିବୁଟି ବିକୁଥିବା ନିରୀହ ଲୋକମାନଙ୍କଠାରୁ ଛାଡେଇନେଇଛି ତାଙ୍କ ଜୀବିକା । ଏହି ଅଣଓଡ଼ିଆ ଲୋକମାନେ ସରକାରଙ୍କର କୋରନା ଦ୍ୱିତୀୟ ଲହରୀ ପାଇଁ ଲାଗୁହୋଇଥିବା ଲକ ଡାଉନ ହେତୁ ଫସିଯାଇଛନ୍ତି ଢେଙ୍କାନାଳର ମହିଷାପାଟ ଠାରେ । ଜାଡ଼ିବୁଟି ଔଷଧ ତିଆରିକରି ବିକୁଥିବା ଏହି ଲୋକମାନେ ଏବେ ଦିନକୁ ଡିଓଳା ଖାଇବାକୁ ନ ପାଇ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଯାହା ଦି ପଇସା ରୋଜଗାର କରିଥିଲେ ତାହାକୁ ଖର୍ଚ୍ଚ କରିସାରିଲେଣି । ଏବେ ନିଜେ ଖାଇବା ତ ଦୂରର କଥା, ଛୁଆମାନଙ୍କୁ ଦି ମୁଠା ଖାଇବାକୁ ଦେବାରେ ସେମାନେ ଅକ୍ଷମ ହୋଇପଡିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କ ପାଖରେ ସେମାନଙ୍କର ବିନୀତ ନିବେଦନ ରହିଛି କି ଯଦି ସରକାରଙ୍କ ତରଫରୁ ଏହି ଲକ ଡାଉନ ସମୟରେ ଦିନକୁ ଦି ଓଳା ଖାଇବାକୁ ରାସନ ର ସହାୟତା ମିଳିବ, ତେବେ ସେମାନେ ଉପକୃତ ରହିବେ ।

Leave A Reply

Your email address will not be published.