୩ ଦିନ ପାଇଁ ବନ୍ଦ ହେଲା ଆଗରପଡ଼ା ବଜାର।

ଭଦ୍ରକ,(ବସୁନ୍ଧରା) : ଭଦ୍ରକ ଜିଲ୍ଲା ଆଗରପଡ଼ା ଓ ତା ଆଖପାଖ ଅଂଚଳରେ ଦିନକୁ ଦିନ କରୋନାର ୨ୟ ଲହର ତାର କାୟା ବିସ୍ତାର କରି ଚାଳଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲା ପ୍ରଶାସନ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡ଼ାଉନ ଘୋଷଣା କରିଥିବା ସତ୍ତ୍ୱେ କରୋନା କଟକଣାକୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଇଁ ଧାର୍ଯ୍ୟ କରାଯାଇଥିବା ସମୟରେ ମଧ୍ୟ କେହି ମାନୁ ନଥିବା ସ୍ଥାନୀୟ ଜନନେତାଙ୍କ ମୁଣ୍ଡ ବ୍ୟଥାର କାରଣ ପାଲୋଟିଛି । ଆଗରପଡ଼ା ଭଦ୍ରକ ଓ ବାଲେଶ୍ୱର ସମେତ କେନ୍ଦୁଝର ଜିଲ୍ଲାର ପେଣ୍ଠ ସ୍ଥଳି ହୋଇଥିବାରୁ ହାଟବାରି ସମେତ ଅନ୍ୟ ସମୟରେ ମଧ୍ୟ ଗହଳି ଲାଗି ରହିଛି । ଉକ୍ତ ବଜାର ଉପରେ ୭ଟି ପଂଚାୟତବାସୀ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଇଁ ନିର୍ଭର କରିଥାନ୍ତି । ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବ୍ଲକ ଉନ୍ନୟନ ଅଧିକାରୀ ଏବଂ ତହସିଲଦାରଙ୍କ ସମେତ ପୋଲିସ ପ୍ରଶାସନ ସଂକ୍ରମଣକୁ ଦୃଷ୍ଟିରେ ରଖି ଉକ୍ତ ଅଂଚଳ ଉପରେ ତୀକ୍ଷ୍‌ଣ ଘନଘନ ନଜର ରଖି ଥିଲେ ମଧ୍ୟ ଏହା ଉପରେ ରୋକ ଲଗାଇବା ପାଇଁ କୈାଣସି କଠୋର ପଦକ୍ଷେପ ନେଉ ନଥିବାରୁ ଶୁକ୍ରବାର ଯୁବ ସମାଜସେବୀ ଅଶୋକ ପରିଡ଼ାଙ୍କ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଶନିବାର ଓ ରବିବାର ଦୁଇ ଦିନ ସଟ୍‌ଡ଼ାଉନ ଥିବାରୁ ସୋମାବର ଠାରୁ ବୁଧବାର (୩ ଦିନ ) ଆଗରପଡ଼ା ବଜାରକୁ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏବଂ ଏଥିନେଇ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଥିବା ଜଣାଯାଇଛି । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ବିଟିପୁର ସରପଞ୍ଚ ସତ୍ୟବାନ ଦାସ, ପୁରୁଷଣ୍ଢ ସରପଞ୍ଚ ଭାନୁମତୀ ଜେନା, ଗୋପିନାଥପୁର ସରପଞ୍ଚ ଅଶୋକ ଦାସ, ବଡ଼ମହିଁଷଗୋଠ ସରପଞ୍ଚ କ୍ରୀଷ୍ଣା ମହାନ୍ତି, ଅଣିଜୋ ସରପଞ୍ଚ ଜଗବଂଧୁ ବେହେରା, ପୁର୍ବତନ ସରପଂଚ ରବିନାରାୟଣ ମହାନ୍ତି, ପୁରୁଷଣ୍ଢ ସରପଞ୍ଚ ପ୍ରତିନିଧି କାର୍ତ୍ତୀକ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.