ଅକ୍ଷୟ ତୃତୀୟା ଅବସରରେ ମଦନମୋହନଙ୍କ ଚାପ ଖେଳ।

ଢେ଼ଙ୍କାନାଳ,(ବସୁୁନ୍ଧରା):ଆଜି ଠାରୁ ଏକୋଇସି ଦିନ ବ୍ୟାପି ଚନ୍ଦନ ଯାତ୍ରା ଆରମ୍ଭ ହୋଇଯାଇଛି।ଅପରାହ୍ନ 4.30 ସମୟରେ ମଦନମୋହନ ପାଲିଙ୍କି, ଛତାଛାତ୍ରୀ ,ଚାମର ସେବା ସହ ବିରାଟ ପଟୁଆର ରେ ବଳଦେବଜୀଉ ମନ୍ଦିରରୁ ବାହାରି ନୂଆପୋଖରୀ (ଭାଗୀରଥି ସାଗର)ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ପହଁଚିଲା ପରେ ପ୍ରଥମ ଚାପ ଅନୁଷ୍ଠିତ ହୋଇଥିଲା । ଚାପ ଖେଳିବାପରେ ଠାକୁରଙ୍କୁ ଅଗୁରୁ ଜଳରେ ସ୍ନାନ କରାଯିବା ପରେ ନୂତନ ବସ୍ତ୍ର ପରିଧାନ କରାଯିବ ସହ ମଦନମୋହନଙ୍କ ପୂଜା ବିଧି ହୋଇଥିଲା ।

ପରିଶେଷରେ ଦ୍ୱିତୀୟ ଚାପ ଅନୁଷ୍ଠିତ ହୋଇ ମଙ୍ଗଳାର୍ପଣ ପୂଜା କରାଯାଇଥିଲା । ପୂଜାପଣ୍ଡା ମଳୟ କର ଙ୍କ ଦ୍ଵାରା ସମସ୍ତ ପୂଜାବିଦ୍ଧି ଅନୁଷ୍ଠିତ ହୋଇଥିଲା । ପୂଜାପଣ୍ଡାଙ୍କୁ ସହଯୋଗ କରିଥିଲେ ପୂଜକ ଶ୍ରୀବସ୍ଛ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର । ଏହାକୁ ପ୍ରତ୍ୟେକ୍ଷ ତତ୍ୱବାଧାନ କରିଥିଲେ ଦେବୋତ୍ତର ନିରୀକ୍ଷାକ ଅଜୟ କୁମାର ରାଉତ ।

Leave A Reply

Your email address will not be published.