ବିରହ ନିଆଁ

ଭୁବନେଶ୍ୱର,(ବସୁନ୍ଧରା):

ଜଳୁଛି ଏଠି ଆକାଶ
ସୂର୍ଯ୍ୟ ର ପ୍ରଚଣ୍ଡ ଉତ୍ତାପରେ ।

ଜଳୁଛି ଏଠି ପ୍ରେମିକ
ପ୍ରେମିକାର ବିରହ ନିଆଁରେ ।

ମୁଁ ବି ଜଳୁଛି ଏହିଠି
ତୋ ପ୍ରେମର ଅଭୂଲା ସ୍ମୃତିରେ ।

କହିନି କେବେ କାହାକୁ
ମୋ ଅଧାଜଳା ପ୍ରେମ କାହାଣୀ ।

ଜଳିଛି ଏହିଠି ରାଧା
କହ୍ନେଇର ବଂଶୀ ସ୍ଵରରେ ।

ଜଳିଛି ଏହିଠି କୃଷ୍ଣ
ଅଷ୍ଟପାଟ ମହର୍ଷି ଗହଳେ ।

ମୁଁ ବି ଜଳୁଛି ଏହିଠି
ତୋ ପ୍ରେମର ଜ୍ଵଳନ୍ତ ନିଆଁରେ ।

ଲାବଣ୍ୟବତୀ ବି ଜଳେ
ଏଠି କାବ୍ୟ ଅଳଙ୍କାର ଛନ୍ଦରେ ।

ମୁଁ ବା’ କେମିତି ବଞ୍ଚିବି
ତୋ ପ୍ରେମର ଜୁଇ ନିଆଁରେ ।

ବୈଶାଖ ର ଖରା ଠାରୁ
ଅଧିକ କଷ୍ଟ ତୋ ଭଲପାଇବା ।

ପ୍ରେମର ନିଆଁ ରେ କିଏ
ବା’ ବଞ୍ଚିଛି, ମୁଁ ବଞ୍ଚିପାରିବି ।

ପବିତ୍ର ବେହେରା
ବାହାଲପୁର, ଗଞ୍ଜାମ

Leave A Reply

Your email address will not be published.

2 × five =