ମହଙ୍ଗା ପଡିଲା ଚୋରା ପୀରିତ, ଧରାପଡି ପ୍ରେମିକା ଘରେ ବନ୍ଧାହେଲା ପ୍ରେମିକ ।

ଭଦ୍ରକ,(ବସୁନ୍ଧରା) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ବାଂଶଡା ଥାନା ଯଶିପୁର ପଞ୍ଚାୟତର ଶୁଭଦିଆ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ପ୍ରେମିକାକୁ ଦେଖା କରିବାକୁ ଆସି ଧରାପଡିଯିବାରୁ ତାର ପରିବାର ଲୋକେ ରାତିସାରା ପ୍ରେମିକକୁ ଘର ଭିତରେ ଜୋତାମାଳ ପିନ୍ଧାଇ ଗାଁ ଦାଣ୍ଡରେ ସକାଳ ପର୍ଯ୍ୟନ୍ତ ବାନ୍ଧି ରଖିବା ପରେ ଖବର ପାଇ ପୁଲିସ୍ ପହଞ୍ଚି ଉକ୍ତ ପ୍ରେମିକକୁ ଉଦ୍ଧାର କରି ଥାନାକୁ ଆଣିଛି । ଯୁବକଙ୍କ ଘର ଯଶିପୁର ହୋଇଥିବାବେଳେ ସେ ସେହି ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲା । ଯୁବତୀଙ୍କ ବାପା ବାହାରେ ରହି କାର୍ଯ୍ୟ କରୁଥିବାବେଳେ ତାଙ୍କ ସାନଭାଇ ମଧ୍ୟ ନିଜ ଦାଦାଙ୍କ ପାଖରେ ରହୁଥିଲେ । ଯୁବତୀ ଘରେ ଏକାକି ଥିବାର ଜାଣି ପ୍ରେମିକ ଜଣକ ବିଳମ୍ବିତ ରାତିରେ ତାଙ୍କୁ ଭେଟିବାକୁ ଆସି ପରିବାର ସଦସ୍ୟଙ୍କ ହାବୁଡରେ ପଡିଯାଇଥିଲା । ପୁଲିସ୍ ଉଭୟ ପରିବାର ଲୋକଙ୍କୁ ଥାନାକୁ ଡକାଇ ଆଲୋଚନା କରୁଥିବାବେଳେ ଯୁବକ ଜଣକୁ କୋର୍ଟ ଚାଲାଣ କରିଥିବାର ଜଣାପଡିଛି ।

Leave A Reply

Your email address will not be published.