ଶିବ ମନ୍ଦିରରୁ ବାହାରିଲା ପେଟି ପେଟି ଚୋରା ବିଦେଶୀ ମଦ।

ଭଦ୍ରକ,(ବସୁନ୍ଧରା) : ଗୋରାମାଟି ଗ୍ରାମ ପଞ୍ଚାୟତ ତୋରଣପଦା ଝଡ଼େଶ୍ୱର ଶିବ ମନ୍ଦିରରୁ ପେଟି ପେଟି ବିଦେଶୀ ମଦ ଜବତ କଲା ସାବରଙ୍ଗ ଥାନା ପୋଲିସ l ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇଁ ସାବରଙ୍ଗ ଥାନା ପୋଲିସ ମନ୍ଦିର ପାଖରେ ପହଂଚି ଥିଲା l ମନ୍ଦିର ପାର୍ଶ୍ୱରେ ଥିବା ଏକ ଷ୍ଟୋର ରୁମରେ ମଦ ଥିବା ନେଇ ସଂନ୍ଦେହେ କରିଥିଲା, ସ୍ଥାନୀୟ ସରପଞ୍ଚଙ୍କ ଲୋକଙ୍କ ଉପସ୍ଥିତରେ ପୋଲିସ ଷ୍ଟୋର ରୁମର ଚାବି ଭାଙ୍ଗି ମଦ ଜବତ କରିଥିଲା, ଏଠି ପ୍ରଶ୍ନ ଉଠୁଛି ଲକଡାଉନରେ ଶିବ ମନ୍ଦିରକୁ ମଦ ଆସିଲା କେମିତି । ମନ୍ଦିର ଚାବି କାହା ପାଖରେ ଥିଲା ଓ ଏଥିରେ କେଉଁ ମାନେ ସମ୍ପୃକ୍ତ ଅଛନ୍ତି । ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି, ପବିତ୍ର ଶୈବ ପୀଠରେ ମଦ ଜବତ ହେବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରିବା ସହିତ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ସାବରଙ୍ଗ ପୋଲିସ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ଜୋରଧରିଛି l

Leave A Reply

Your email address will not be published.