ଉମିଦ ପରିବାର ପକ୍ଷରୁ ଅସହାୟ ମହିଳାଙ୍କୁ ସହାୟତା।

ଭଦ୍ରକ,(ବସୁନ୍ଧରା) : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ପଞ୍ଚାୟତ ଅନ୍ତର୍ଗତ ବଣସାହି ଗ୍ରାମର ନାରାୟଣ ବାରିକଙ୍କ ସ୍ୱାମୀ ପରିତ୍ୟକ୍ତା ମଧ୍ୟମ କନ୍ୟା ଅନୁସୂୟା ବେହେରା(୩୭) ପକ୍ଷାଘାତ ରୋଗରେ ପୀଡିତ ହୋଇ ଅସହାୟ ହୋଇପଡିଛନ୍ତି । ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସଭାପତି ଅକ୍ଷୟ କୁମାର ସାହୁଙ୍କ ନେତୃତ୍ୱରେ ସମ୍ପାଦକ ରାଜେଶ କୁମାର ବାରିକ, ଉପଦେଷ୍ଟା ରାଜକିଶୋର ଜେନା, ଦେବେଶ ସାମଲ, ପ୍ରଣୟ ସାମଲ, ଉମେଶ ସ୍ୱାଇଁ, ଦିଲ୍ଲିପ ପୃଷ୍ଟି, ବଳରାମ ସେଠୀ, ପ୍ରଦୀପ ନାୟକ, ୟୁଗଧର୍ମ ବେହେରା, ଦେବେନ୍ଦ୍ର ନାୟକ, ରବିନ୍ଦ୍ର ଜେନା, ବିରଞ୍ôଚ ବେହେରା ପ୍ରମୁଖ ଅନୁସୂୟାଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହାୟତା ଗୁରୁବାର ପ୍ରଦାନ କରିବା ସହ ଚିକିତ୍ସା ପାଇଁ ଆର୍ଥୀକ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଧାମନଗର ବ୍ଲକ ଶ୍ୟାମପୁର ଗ୍ରାମର ଉମାକାନ୍ତ ବେହେରାଙ୍କୁ ଅନୁସୂୟା ବିବାହ କରିଥିଲେ । ଉଭୟଙ୍କର ଏକ କନ୍ୟା ସନ୍ତାନ ଅଛି । ବିବାହର ପାଞ୍ଚବର୍ଷ ପରେ ଉମାକାନ୍ତ ଅନ୍ୟତ୍ର ବିବାହ କରି ବାହାରେ ରହିଥିଲେ । କନ୍ୟାକୁ ନେଇ ଅନୁସୂୟା ବାପଘରକୁ ଚାଲିଆସିଥିଲେ । ମାତ୍ର ଗତ ଛଅ ମାସ ପୂର୍ବରୁ ଅନୁସୂୟାଙ୍କର ବ୍ରେନଷ୍ଟ୍ରୋକ ହୋଇ ପକ୍ଷାଘାତ ହୋଇଛି । ସୀମିତ ସମ୍ବଳ ମଧ୍ୟରେ ପରିବାର ଲୋକେ କଟକ ପର୍ଯ୍ୟନ୍ତ ନେଇ ଚିକିତ୍ସା କରିଛନ୍ତି । ମାତ୍ର ଅର୍ଥ ଅଭାବରୁ ଅନୁସୂୟାଙ୍କ ଅବସ୍ଥା ଶୋଚନୀୟ ହୋଇ ରହିଛି । ଚିକିତ୍ସା ନିମନ୍ତେ ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଶାସନକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.