ଆରବ ମହାସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ‘ତଉକ୍ତେ’ ମେ ୧୪ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ।

ଭୁବନେଶ୍ୱର,(ବସୁନ୍ଧରା): ଆରବ ମହାସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ‘ତଉକ୍ତେ’ ମେ ୧୪ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ । ଆଉ ତାପରେ ଧୀରେ ଧୀରେ ଏହା ବାତ୍ୟାର ରୁପ ନେବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହା ଆସନ୍ତା ୧୬ ତାରିଖରେ ବାତ୍ୟାରେ ପରିଣତ ହେବ ବୋଲି ସୂଚନା ଦିଆଯାଇଛି । ଏହି ବାତ୍ୟାର ନାଁ ‘ତଉକ୍ତେ’ ବୋଲି ମିଆଁମାର ନାମକରଣ କରିଛି । ଏହି ସମ୍ଭାବ୍ୟ ବାତ୍ୟା ଗୁଜରାଟ କିମ୍ବା ମହାରାଷ୍ଟ୍ର ଉପକୂଳ ଛୁଇଁପାରେ ।ଏହାର ସାମାନ୍ୟ ତମ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ରାଜ୍ୟରେ ବର୍ତ୍ତମାନ ପାଗରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ । ଆସନ୍ତା ୩ ଦିନ ଯାଏଁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜାରି ରହିବ । ଗୁରୁବାର ରାଜ୍ୟର ୧୭ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ ।ତେବେ ଆରବ ସାଗରରେ ଗୁରୁବାର ବା ୧୩ ତାରିଖରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଘନୀଭୂତ ହୋଇ ଆସନ୍ତା ୧୫ ତାରିଖ କିମ୍ବା ୧୬ ତାରିଖ ସକାଳ ସୁଦ୍ଧା ବାତ୍ୟା ରୂପ ନେଇପାରେ । ଏହା ଆରମ୍ଭରେ ପଶ୍ଚିମ ଉପକୂଳର ଦୂରରେ ତଥାପ୍ରାୟତଃ ସାମନ୍ତରାଳ ଭାବେ ଗତି କରିବ । କେତେକ ମଡେଲ୍‌ କହୁଛି, ଏହା ଗୁଜରାଟ ଆଡ଼େ ମୁହାଁଇବା ସମ୍ଭାବନା ଅଛି । ଏହା ମହାରାଷ୍ଟ୍ର ସ୍ଥଳଭାଗ ଛୁଇଁବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ଏହାଦ୍ୱାରା କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୁଜରାଟରେ ପ୍ରବଳ ବର୍ଷା ହୋଇପାରେ । ତେବେ ଲଘୁଚାପ ହୋଇ ଅବପାତ ରୂପ ନେବା ପରେ ଏହା ବାବଦରେ ଅଧିକ ଆକଳନ କରିହେବ । ଆରବସାଗରର ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେକାଳବୈଶାଖୀ ସମ୍ଭାବନା ଅଛି । ସର୍ବାଧିକତାପମାତ୍ରା ସ୍ୱାଭାବିକଠାରୁ କମ୍‌ ରହିବ ।ପାଣିପାଗ ବିଭାଗ କହିଛି, ଗୁରୁବାର ଉତ୍ତର ଉପକୂଳ ଓଡ଼ିଶାର ଅନେକ ସ୍ଥାନସମେତ କେନ୍ଦୁଝର, ମୟୂରଭଞ୍ଜ, ଦକ୍ଷିଣଉପକୂଳ ଓଡ଼ିଶାର ଅଳ୍ପ କେତେକ ସ୍ଥାନଏବଂ ଅନୁଗୁଳ, ଢେଙ୍କାନାଳ, କନ୍ଧମାଳରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣରବର୍ଷା ହୋଇପାରେ । ଏହି ସମୟରେ ମାଛ ଧରାଳୀ ଏବଂ ତଟବର୍ତ୍ତୀ ବ୍ୟବସାୟୀ ମାନଙ୍କୁ ଏହି ସମୟରେ ପାଣି ଭିତରକୁ ଯିବାକୁ ବାରଣ କରାଯାଇଛି । ଏହି ସମୟରେ ମତ୍ସଜୀବୀମାନଙ୍କୁ ପାଣିଭିତରକୁ ଯିବାକୁ ବାରଣ କରାଯାଇଛି ।

Leave A Reply

Your email address will not be published.

20 − 6 =