ଘୁଞ୍ଚିଲା ସିଭିଲ୍ ସର୍ଭିସ୍ ପରୀକ୍ଷା ସମୟ।

ନୂଆଦିଲ୍ଲୀ,(ବସୁନ୍ଧରା) : କୋଭିଡ୍ ସଂକ୍ରମଣ ବର୍ତ୍ତମାନ ବିଭିନ୍ନ ପରୀକ୍ଷା କରିବା ଉପରେ ବିଭିନ୍ନ ରାଜ୍ୟର ସରକାର ରୋକ ଲଗାଇଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନ ଦେଇ ଏପରି ନିଷ୍ପତି ନିଆଯାଉଥିବା ବେଳେ ଆଜି ଆଉ ଏକ ଜାତୀୟ ସ୍ତରର ପରୀକ୍ଷାକୁ ଘୁଞ୍ଜାଇ ଦିଆଯାଇଛି । ଆସନ୍ତା ମାସ ୨୭ ତାରିଖରେ ହେବାକୁ ଥିବା ସିଭିଲ୍ ସର୍ଭିସ୍ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଏହାର ସମୟ ପରିବର୍ତ୍ତନ ହୋଇ ଚଳିତ ବର୍ଷ ଅକ୍ଟୋବର ମାସ ୪ ତାରିଖରେ ହେବ ବୋଲି ସ୍ଥିର କରାଯାଇଛି । ବର୍ତ୍ତମାନର କୋଭିଡ୍ ସ୍ଥିତିକୁ ଦେଖି ଏପରି ନିଷ୍ପତି ନିଆଯାଇଥିବା ଜଣାପଡିଛି । ତେବେ ଖାଲି ଏହି ପରୀକ୍ଷା ନୁହେଁ ବରଂ ୟୁପିଏସସି ପକ୍ଷରୁ ଅନ୍ୟ ପରୀକ୍ଷା ଗୁଡିକୁ ମଧ୍ୟ ଘଞ୍ଚାଇ ଦିଆଯାଇଛି । ୟୁପିଏସସି ଅଧିକାରୀ ଏନେଇ କହିଛନ୍ତି ଯେ, ବର୍ତ୍ତମାନ କୋଭିଡ୍ ଯେଉଁ ଭଳି ସ୍ଥିତି ଏହି ସମୟରେ ପରୀକ୍ଷାକୁ ଘୁଞ୍ଚାଇବା ଛଡା ଆଉ କୌଣସି ଉପାୟ ନାହିଁ । ଏହା ଛଡା ଅନେକ ଛାତ୍ରଛାତ୍ରୀ ପରୀକ୍ଷାକୁ ରୋକିବାକୁ ସୋସିଆଲ ମିଡିଆରେ ଦାବି କରି ଆସୁଥିଲେ ।

Leave A Reply

Your email address will not be published.

twenty − 4 =