ଷଣ୍ଢ ବୋଝେଇ ଗାଡି ଜବତ,ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର ।

ଭଦ୍ରକ,(ବସୁନ୍ଧରା) : ଷଣ୍ଢ ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ଵାରା ଷଣ୍ଢ ବୋଝେଇ ପିକଅପ୍ ଜବତ । ପିକଅପ୍ ଭ୍ୟାନ୍ ଡ୍ରାଇଭର ଫେରାର । ଗାଡି ଭିତରେ ଗୋଟିଏ ଷଣ୍ଢର ମୃତ୍ୟୁ ହୋଇଥିବା ବେଳେ ୨ଟିକୁ ଉଦ୍ଧାର କରାଯାଇଛି ।ସୂଚନା ଅନୂଯାୟୀ ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଗରଦପୁର ଅଞ୍ଚଳରେ ଷଣ୍ଢ ଚାଲାଣ ବେଳେ ଗ୍ରାମବାସୀମାନେ ଗାଡିକୁ ଅଟକ ରଖିଛନ୍ତି । ଏକ ପିକଅପରେ ବୁଧବାର ବିଳମ୍ବିତ ରାତିରେ ଷଣ୍ଢ ଚାଲାଣ ହେଉଥିବା ଖବର ପାଇ ଗରଦପୁର ମିଲ୍ ଛକ ନିକଟରେ ପିକଅପକୁ ଅଟକ ରଖିଥିଲେ ଗ୍ରାମବାସୀ ।

ଗାଡିର ଡ୍ରାଇଭର ଓ ଅନ୍ୟ କର୍ମଚାରୀ ଲୋକଙ୍କୁ ଦେଖି ଦୌଡ଼ି ପଳାଇଥିଲେ । ପରେ ଗାଡି ଭିତରେ ୩ଟି ଷଣ୍ଢ ଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଉଦ୍ଧାର ବେଳେ ଗୋଟିଏ ଷଣ୍ଢର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଟି ଷଣ୍ଢକୁ ଉଦ୍ଧାର କରାଯାଇଛି ।ତେବେ ଚାଲାଣରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ସହ ଗାଡିର ମାଲିକ ଓ ଫେରାର କର୍ମଚାରୀଙ୍କୁ ଧରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ପୁରୁଣାବଜାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.